www.samajalive.in
Saturday, December 6, 2025
16.1 C
Bhubaneswar

ଶନିବାର ରାଶିଫଳ: ଆଜି ଦିନଟି ଆପଣଙ୍କ ପାଇଁ ଆତ୍ମ ତୃପ୍ତିଦାୟକ ହେବ

ମେଷ: ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖନ୍ତୁ। ଦେଖିବେ ଆପଣ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଗତି କରିବେ। ଠାକୁରଙ୍କ ଅପାର କରୁଣା ଅଛି। ପ୍ରଚୁର ଧନାଗମ ଓ ସରକାରୀ କୃପା ମିଳିବ।

ବୃଷ: ଧୀ’ଶକ୍ତି ସମ୍ପନ୍ନ ହେବେ। ‘ବସୁଧା’ ତୁଲ୍ୟ ସହିଷ୍ଣୁ ମନୋଭାବର ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରି ସକଳ ସୃଜନୀକୁ ଲୋକ ଲୋଚନକୁ ଆଣିବେ। ଧନାଗମ ହେବ। ଚରିତ୍ରବାନ୍‌ ହେବେ।

- Advertisement -

ମିଥୁନ: ଆପଣ, ଆପଣଙ୍କର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆହାର ସୁଧାର ହେବ। ଆୟ ଗତାନୁଗତିକ ହେବ। ଚିନ୍ତାଧାରା ଉନ୍ନତମାନର ହେବ। କର୍ମଠ ହେବେ।

କର୍କଟ: ବିନ୍ଦୁ ବ୍ୟତିରକେ ସିନ୍ଧୁ ସମ୍ଭବ ନୁହେଁ; ତୃଣମୂଳ ସ୍ତରରୁ ଚେଷ୍ଟା ଫଳବତୀ ହେବ। କୃଚ୍ଛ୍ର ସାଧନା ପାଇଁ ନଗାଧିରାଜ ହିମବନ୍ତର ଆମନ୍ତ୍ରଣକୁ ରକ୍ଷା କରିବାକୁ ପଡ଼ିବ। ସାହସ ଜ୍ଞାନାର୍ଜନର ମୂଳ କାରଣ ହେବ।

ସିଂହ: ମହାକ୍ରତୁ, ମହାଯଜ୍ବା, ମହାଯଜ୍ଞୋ, ମହାହବିଃ ହୋଇପାରନ୍ତି। ପ୍ରାରବଦ୍ଧ କର୍ମର ଅଟଳ ବିଧାନ, ଶ୍ରେୟ ମାର୍ଗରେ ମାର୍ଗୀ ହୋଇ ଅଶେଷ କଲ୍ୟାଣ ଭାଜନ ହେବେ। ଉଚ୍ଚ ସମ୍ମାନ ସହିତ ଧନ ପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା: ପରିବାର ରୂପି ସଂସ୍କାରଶାଳାକୁ ଉତ୍ତମ ରୂପ ଅନୁଭବ କରି ସ୍ନେହପୂର୍ଣ୍ଣ ବାତାବରଣ ମଧ୍ୟରେ ଘରକୁ ବୈକୁଣ୍ଠ ତୁଲ୍ୟ କରିପାରନ୍ତି। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ଅଛନ୍ତି। କର୍ମତତ୍ପର ହେବେ।

ତୁଳା: କ୍ଷମତାର କେନ୍ଦ୍ରବିନ୍ଦୁ ହେଲେ ବି ତା’ର ବିକେନ୍ଦ୍ରୀକରଣ କରି ନିଜର ଆଦର୍ଶବାଦୀ ଚିନ୍ତାଧାରାର ପ୍ରତୀକ ହୋଇପାରନ୍ତି। ପ୍ରାୟ ପ୍ରତିକ୍ଷେତ୍ରରେ ପୁଣ୍ୟପ୍ରଭା ପତ୍ନୀଙ୍କ ସହାୟତା ପାଇବେ। ପ୍ରବଳ ଉଦ୍ୟୋଗୀ ହେବେ।

ବିଛା: ପ୍ରକୃତି ଭିତରେ ଈଶ୍ବରଙ୍କ ସତ୍ତା ଖୋଜି ପାଇପାରନ୍ତି। ଆପଣଙ୍କ ମନଟି ହେଉଛି କୋଟି ଲାବଣ୍ୟ ନିଧି ଶୋଭାର ଗନ୍ତାଘର। ଆଶୁ ବିପଦ ମୁକାବିଲା ଆପଣଙ୍କ ପାଇଁ ଦେହସୁହା ହୋଇଗଲାଣି। ସତର୍କ ରହିବେ।

ଧନୁ: ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହୋଇ ଦୁର୍ଗତ ଆଶାୟୀର ଅଭାବ ପୂର୍ଣ୍ଣତା ପାଇଁ ଅଗ୍ରାଧିକାର କାର୍ଯ୍ୟ କରିବେ। ଆଜି ଦିନଟି ଆପଣଙ୍କ ପାଇଁ ଆତ୍ମ ତୃପ୍ତିଦାୟକ ହେବ।

ମକର: ସୀମା ହୀନର ସୀମା ଓ ଅସ୍ତିତ୍ବହୀନର ସ୍ଥିତି କେବେ କଳନା କରାଯାଇ ପାରିବ ନାହିଁ। ଶତ୍ରୁକୁ ଦୁର୍ବଳ ନ ଭାବି ବିହୀତ କାର୍ଯ୍ୟାନୁଷ୍ଠାନରେ ଶତ୍ରୁ ଦମନ ହେବ। ମଥା ଉପରେ ଥିବା ଋଣ ବୋଝକୁ ଖଲାସ କରିପାରନ୍ତି।

କୁମ୍ଭ: ଆପଣଙ୍କ ଚେତନାଧର୍ମୀ ଲେଖା, ବ୍ୟବହାର, ଚାଲିଚଳନ ଓ ସହନଶୀଳ ମନୋଭାବ ଅବୁଝାମାନଙ୍କ ହୃଦୟକୁ ପରିବର୍ତ୍ତନ କରି ସୁମାର୍ଗୀ କରିପାରେ। ଧୈର୍ଯ୍ୟ ଓ ଆତ୍ମଶକ୍ତି ବଳରେ ବଳୀୟାନ ହେବେ।

ମୀନ: ଅତିମାନସ ଜ୍ଞାନଚକ୍ଷୁକୁ ଉନ୍ମୋଚନ କରି ମହତ୍‌ ପ୍ରୟାସୀ ଓ ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଧର୍ମୀୟ ବିଚାରରେ ଉଦାରଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହୋଇପାରନ୍ତି। କର୍ମଫଳରୁ ଶାନ୍ତି ପ୍ରାପ୍ତ ହେବେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories