ଧାମରା: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଆଦାନୀ ବନ୍ଦର ୩ ନମ୍ବର ଗେଟ ଆଗରେ କଇଥଖୋଲା ଏବଂ ଦୋଷୀଙ୍ଗା ପଂଚାୟତର ଶତାଧିକ ଚାଷୀ ଧାରଣାରେ ବସିଛନ୍ତି। ଦୀର୍ଘ ୫ ବର୍ଷ ହେବ କଇଥଖୋଲା ଏବଂ ଦୋଷୀଙ୍ଗା ପଂଚାୟତରେ ଥିବା ୫ଟି ପାଣି ନିଷ୍କାସନ ନାଳକୁ ଧାମରା ବନ୍ଦର (ଆଦାନୀ)କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବାରୁ ୨ଟି ପଂଚାୟତର ଶତାଧିକ ଚାଷୀ ନିଜର ଜମିଜୁ ଚାଷ କରି ପାରୁ ନାହାନ୍ତି । ଏହି ବିଷୟରେ ୨ପଂଚାୟତର ଚାଷୀ ଜିଲ୍ଲା ପ୍ରଶାସନ ଏବଂ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଆଜି ଶତାଧିକ ଚାଷୀ ଧାମରା ବନ୍ଦରରେ ଥିବା ୩ନମ୍ବର ଗେଟକୁ ସମ୍ପୂର୍ଣ ବନ୍ଦ କରି ରଖିଛନ୍ତି। ଫଳରେ ଶତାଧିକ ଟ୍ରକ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ବେଳେ ଧାମରା ବନ୍ଦର ମଧ୍ୟକୁ କାହାରିକୁ ଛଡା ଯାଉନାହିଁ। ସକାଳ ୭ଟା ରୁ ଏହି ଧର୍ମଘଟ ଲାଗି ରହିଛି।
Popular Categories



