www.samajalive.in
Friday, December 5, 2025
20.1 C
Bhubaneswar

ଆଜି ପବିତ୍ର ଅଳାଁ ନବମୀ: ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ସମାଜ ଡିଜିଟାଲ ଡେସ୍କ: ଆଜି ପବିତ୍ର ଅଳାଁ ନବମୀ । ଆଜିର ଦିନରେ ରାଧାରାଣୀଙ୍କ ପାଦ ଦର୍ଶନ କରିଲେ କୋଟି ପୂଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ପୁରୀ ଜିଲା ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି । ରାତିରୁ ଭକ୍ତମାନେ ଲମ୍ବା ଧାଡିରେ ଛିଡା ହୋଇ ଦର୍ଶନ କରିବାକୁ ଯାଉଛନ୍ତି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବିଳମ୍ବିତ ରାତିରୁ ଧାଡିରେ ଠିଆ ହୋଇ ରାଧାପାଦ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ ।

ସୂଚନା ଅନୁସାରେ ରାତି ପ୍ରାୟ ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଅବକାଶ ବେଶ ମଇଲମ ମର୍ଦ୍ଦନ ଅବକାଶ କରାଯାଇ ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ମଦନମୋହନ ଭୋଗ କରାଯିବା ପରେ ସେବାୟତ ଓ କର୍ମଚାରୀଙ୍କ ପରିବାର ଦର୍ଶନ କରିଥିଲେ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ରହିଥାଏ । ଦର୍ଶନ ବ୍ୟବସ୍ଥାକୁ ସୁରୁଖୁରୁ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

- Advertisement -

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories