www.samajalive.in
Wednesday, December 10, 2025
14.1 C
Bhubaneswar

ପୀତବାସ ପଣ୍ଡା ହତ୍ୟା ମାମଲା: ପରିଚାଳନା କରିବେ ଦୁଇ ବରିଷ୍ଠ ସରକାରୀ ଓକିଲ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ଜଣ ବରିଷ୍ଠ ସରକାରୀ ଓକିଲ । ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ।
ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍‌ ପରିଚାଳନା ପାଇଁ ହାଇକୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାତା ରହିଥିବା ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡ଼ିଶା କ୍ରାଇମବ୍ରାଞ୍ଚ ଡିଜିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ।

ଏହା ଏକ ସମ୍ବେଦନ ଶୀଳ ମାମଲା ହୋଇଥିବାରୁ ଏମାନଙ୍କୁ ନିଯୁକ୍ତି ପାଇଁ ଗୃହ ବିଭାଗକୁ ସୁପାରିଶ ପାଇଁ ଜଣାଇଛନ୍ତି । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମୋଟ ୧୪ଜଣ ଗିରଫ ହୋଇଛନ୍ତି । ବିକ୍ରମ ପଣ୍ଡାଙ୍କ ପାଇଁ ୫୪ଜଣ ଓକିଲ ଲଢିବେ ବୋଲି କୁହାଯାଇଥିଲା । ଏହାକୁ ନେଇ ବ୍ରହ୍ମପୁର ଏସପି ଏବେ ବରିଷ୍ଠ ଆଇନଜୀବୀଙ୍କୁ ନିୟୋଜିତ କରିବାକୁ ନିବେଦନ କରିଛନ୍ତି ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories