ସମାଜଲାଇଭ ଡେସ୍କ: ମାଲକାନଗିରି ଜିଲା ଅନ୍ତର୍ଗତ କାଲିମେଳା, ବାଲିମେଳା ଏବଂ ଚିତ୍ରକୋଣ୍ଡା ଅଞ୍ଚଳରୁ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ୧୬ କୁଇଣ୍ଟାଲ ୬୦ କେଜି ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି।
ଏହି ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏସବୁ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ରଖାଯାଇଥିଲା। ବିଶେଷ ସୂତ୍ରରୁ ଖବର ମିଳିବା ପରେ ପୁଲିସ ପକ୍ଷରୁ ପୃଥକ ଭାବେ ଚଢ଼ାଉ କରାଯାଇଥିଲା। କେବଳ ଚିତ୍ରକୋଣ୍ଡାରୁ ୬୫୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଅନ୍ୟ ଦୁଇଟି ସ୍ଥାନରୁ ପାଖାପାଖି ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା।



