ପୁଣେ, ୨୯ା୧୦: ମହାରାଷ୍ଟ୍ର ପୁଣେ ନୱଲେ ସେତୁ ତଳେ ମଙ୍ଗଳବାର ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି। ନୱଲେ ସେତୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ୩ ଗାଡିକୁ ଧକ୍କା ଦେବା ଫଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ ୩ଟି ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ପୁଲିସ ଟ୍ରକକୁ ଜବତ କରିବା ସହ ୩୨ ବର୍ଷୀୟ ଚାଳକ ତୋଫିକ୍ ଇସରାର ଅହମ୍ମଦକୁ ଅଟକ ରଖିଛି। ଟ୍ରକଟି ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ସିଂହଗଡ ରୋଡ୍ ଥାନା ପୁଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ସମସ୍ତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇଥିଲା। ତେବେ ଗାଡିର ବ୍ରେକ୍ ଫେଲ୍ ହୋଇଥିଲା କିମ୍ବା ଚାଳକ ଶୋଇପଡିବା ଯୋଗୁଁ ଏଭଳି ହୋଇଥିଲା ସେନେଇ ପୁଲିସ ଯାଞ୍ଚ କରୁଛି।
Popular Categories



