www.samajalive.in
Sunday, December 14, 2025
23.1 C
Bhubaneswar

ସେନା ଦକ୍ଷତା ନେଇ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଜାମନଗରରେ ସେନାର ଦକ୍ଷତା ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳଙ୍କୁ ସମାଲୋଚନା କରି କହିଛନ୍ତି, ଦେଶର ଜନସାଧାରଣ ଚାହୁଁଛନ୍ତି ଆତଙ୍କବାଦର ମୁଳୋତ୍ପାଟନ ହେଉ ଏବଂ ସେଥି ପାଇଁ ସେନା ପଦକ୍ଷେପ ନେଉଛି କିନ୍ତୁ କିଛି ଲୋକ ସେନା କାର୍ଯ୍ୟାନୁଷ୍ଠାନ ଉପରେ ଭରସା କରି ପାରୁନାହାନ୍ତି, ପ୍ରଶ୍ନ କରୁଛନ୍ତି। ୟୁପିଏ ସରକାର ଅମଳରେ ରାଫେଲ ଯୁଦ୍ଧ ବିମାନ କିଣା ପ୍ରସ୍ତାବ ଉପରେ କୌଣସି ପଦକ୍ଷେପ ନ ନେବା ପ୍ରସଙ୍ଗକୁ ନେଇ କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ ଉପରେ ବିମାନ ଆକ୍ରମଣ ସମୟରେ ଯଦି ଆମ ପାଖରେ ରାଫେଲ ଯୁଦ୍ଧ ବିମାନ ଥାଆନ୍ତା ତା ହେଲେ ଆମର କୌଣସି ବିମାନ ଖସି ନ ଥାଆନ୍ତା ଏବଂ ପାକିସ୍ତାନର କୌଣସି ବିମାନ ଫେରି ନ ଥାଆନ୍ତା। ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କାହାକୁ ବି ଦେଶ ଛାଡିବ ନାହିଁ ବୋଲି ସେ କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories