www.samajalive.in
Sunday, December 14, 2025
26.1 C
Bhubaneswar

ମୋହନା ବ୍ଲକ୍‍ର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼

ମୋହନା : ଗଜପତି ଜିଲା ମୋହନା ବ୍ଲକ୍‍ର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି। ଭୋର ୩ ଘଟିକା ସମୟରେ ଠାକୁରଙ୍କ ନୀତିକାନ୍ତି ଓ ଅଭିଷେକ ସମାପନ ପରେ ସକାଳ ଆଳତି ସାରି ଠାକୁରଙ୍କୁ ନୀଳକଣ୍ଠେଶ୍ୱର ବେଶରେ ସଜା ଯାଇଥିଲା। ମନ୍ଦିରର ପୁନଃଉଦ୍ଧାର କମିଟି ପକ୍ଷରୁ ମନ୍ଦିର ପରିସରରେ ଶାନ୍ତିଶୃଙ୍ଖଳା ରଖାଯିବା ସହ ଲମ୍ବା ଧାଡ଼ିରେ ଭକ୍ତମାନେ ବେଲପତ୍ର, ଫୁଲ, ଦୀପ, ନୈବେଦ୍ୟ, ନଡ଼ିଆ ନେଇ ଠାକୁରଙ୍କୁ ଭୋଗ କରିଥିଲେ। ସଂନ୍ଧ୍ୟା ଆଳତି ପରେ ରୋଷଣୀରେ ଠାକୁରଙ୍କୁ ବିଜେ କରି ନୀଳକଣ୍ଠେଶ୍ୱର ଦ୍ୱାରଠାରେ ହରିହରି ଭେଟ କରାଇ ନଗର ପରିକ୍ରମା କରାଯାଇଥିଲା। ଘଣ୍ଟ, ମୃଦଙ୍ଗ, ବାଣ ପଟୁଆର ଓ ବିଭିନ୍ନ ସଜବାଜ ତଥା ବାଘ, ଶଣ୍ଢ, ଚାଙ୍ଗୁବାଦ୍ୟର ତାଳେ ତାଳେ ଏବଂ ଆଲୋକ ସାଜସଜାରେ ଗ୍ରାମବାସୀ ନୀଳକଣ୍ଠେର ବେଶରେ ଶ୍ରୀ ହରିହରଙ୍କୁ ଦର୍ଶନ କରିଥିଲେ। ସେହିପରି ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡ଼ବା, ବିରିକୋଟ, ବେଲବଣିଆଁ, କେଶରା ଆଦି ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ଶୈବ ଭକ୍ତମାନଙ୍କ ଭିଡ଼ ଜମିଥିବା ବେଳେ ରାତ୍ର ୧୨ ଘଟିକା ସମୟରେ ମହାଦୀପ ଉଠାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ଜଣାପଡ଼ିଛି। ମୋହନା ନୀଳକଣ୍ଠେଶ୍ୱର ପୁନଃଉଦ୍ଧାର କମିଟି ପକ୍ଷରୁ ମଙ୍ଗଳବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବ୍ରାହ୍ମଣ ଶିବଶଙ୍କର ପଣ୍ଡା, ମନ୍ଦିର ପୂଜକ ମୁନା, ବୁଢ଼ା, ସୂର୍ଯ୍ୟ ପୁଜାର୍ଚ୍ଚନା କାର୍ଯ୍ୟ କରିଥିବା ବେଳେ କମିଟି ସଭ୍ୟ ଭିକାରୀ ଚରଣ ବେହେରା, ପ୍ରତାପ ଚନ୍ଦ୍ର ପାତ୍ର, ଆଦିକନ୍ଧ ଦଳାଇ, କାହ୍ନୁ ଦଣ୍ଡସେନା ଓ ପୁଲିସ୍‍ କର୍ମଚାରୀ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ସହଯୋଗ କରିଥିଲେ।

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories