ଅନୁଗୁଳ : ତାଲଚେର ଥାନା ଅନ୍ତର୍ଗତ ଦାସନାଳୀ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ସୋମବାର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ, ଅନୁଗୁଳ ଜିଲ୍ଲା ବଂଅରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ବନେଶ କୁମାର ମହାନ୍ତିଙ୍କ ପୁଅ ବିମଳ(୨୩) ନିଜର ୫ ଜଣ ସାଙ୍ଗଙ୍କ ସହ ଦାସନାଳୀ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳସ୍ଥିତ ନାଲକୋ ୱାଟର ଇନଟେକ ପ୍ଲାଣ୍ଟ ନିକଟରେ ପିକନିକ କରୁଥିଲେ l ତେବେ ବିମଳ ନଦୀରେ ଗାଧୋଉ ଥିବା ବେଳେ ଗୋଡ଼ ଖସିଯିବାରୁ ଗଭୀର ଜଳରେ ନିଖୋଜ ହୋଇ ଯାଇଥିଲେ l ସୂଚନା ପାଇ ଦମକଳ ବାହିନୀ ଗତ କାଲିଠାରୁ ଖୋଜା ଖୋଜି ଜାରି ରଖିଥିଲା l ସୋମବାର ପୂର୍ବାହ୍ନରେ ନଦୀରୁ ତାଙ୍କ ଶବକୁ ଉଦ୍ଧାର କରାଯାଇଛି l ବିମଳ ବଂଅରପାଳ ସ୍ଥିତ ଟାଟା ଵିଏସଏଲ କମ୍ପାନୀରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି l
Popular Categories



