www.samajalive.in
Saturday, December 6, 2025
16.1 C
Bhubaneswar

ଆମେ ମିଳିମିଶି ନୂଆପଡ଼ାକୁ ଶ୍ରେଷ୍ଠ ଜିଲ୍ଲା କରିବା: ସ୍ନେହାଙ୍ଗିନୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ କୋମନା ବ୍ଲକ ଅନ୍ତର୍ଗତ ସମରସିଂହ ଗ୍ରାମପଞ୍ଚାୟତରେ ରବିବାର ଭବ୍ୟ ସ୍ଵାଗତ କରାଯାଇଛି। ପାରମ୍ପରିକ ନୃତ୍ୟର ତାଳେ ତାଳେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ, ମହିଳା, ଗୁରୁଜନ, କୃଷକ, ଦଳୀୟ କର୍ମକର୍ତ୍ତା ଛୁରିଆଙ୍କୁ ଫୁଲମାଳ ପକାଇ ସମ୍ୱର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ।

ରବିବାର ଆୟୋଜିତ ବିଜେଡିର ପ୍ରଚାର ଶୋଭାଯାତ୍ରାରେ ବିପୁଳ ଜନସମାଗମ ସମସ୍ତଙ୍କର ଉତ୍ସାହ ବୃଦ୍ଧି କରିଥିଲା। ଏହି ଅବସରରେ ଛୁରିଆ ଜନସାଧାରଣଙ୍କୁ ସମ୍ୱୋଧିତ କରି କହିଥିଲେ ଯେ, ନବୀନ ସରକାର ଅମଳରେ ଯାହା ସବୁ ବିକାଶ ମୂଳକ କାମ ହୋଇଛି ତାକୁ ଆମେ ସମସ୍ତେ ଆଗକୁ ନେବା । ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ସଂଗ୍ରାମ ଜାରି ରଖିବି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଆଦର୍ଶଗତ ରାଜନୀତିକୁ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କରି ନିର୍ଦେଶରେ ନୂଆପଡ଼ାର ଜନସାଧାରଣଙ୍କ ଉନ୍ନତି ପାଇଁ ଲଢେଇ କରିବାରେ ମୁଁ ଅବହେଳା କରିବି ନାହିଁ । ପୂର୍ବଭଳି ଶଙ୍ଖ ଚିହ୍ନକୁ ପୁନଃ ଆଶୀର୍ବାଦ ଦିଅନ୍ତୁ । ଗ୍ରାମ୍ୟ ଭିତ୍ତିଭୂମିର ବିକାଶଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ, ଜୀବନ ଜୀବିକା, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ଆମ ନୂଆପଡ଼ା ଆହୁରି ଆଗକୁ ଯିବ । ମୁଁ ନିଜେ ପ୍ରତ୍ୟେକ ପରିବାର ପାଖକୁ ଯିବି, ଲୋକଙ୍କ ସମସ୍ୟା ଶୁଣିବି ବୋଲି ଛୁରିଆ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ମିଶନ ଶକ୍ତି ଏବଂ ଅନେକ ସ୍ୱାବଲମ୍ୱୀ ଯୋଜନାରେ ଭାଗ ନେବା ପାଇଁ ଉପସ୍ଥିତ ମହିଳା ଓ ଯୁବ ସମାଜକୁ ପରାମର୍ଶ ଦେଇଥିଲେ। ବିଜେଡିର ଏହି ପ୍ରଚାର ଶୋଭାଯାତ୍ରାରେ ନୂଆପଡ଼ା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ ସାମିଲ ହୋଇଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories