www.samajalive.in
Saturday, December 6, 2025
17.1 C
Bhubaneswar

ଦୁର୍ଘଟଣା ନେଲା ୭ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରତାପଗଢ, କୁଶୀନଗର ଏବଂ ଆଗ୍ରାର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥାନା ଅଧିକାରୀ, ଦୁଇ ଭାଇ, ଦାଦ-ପୁତୁରା ଏବଂ ଜଣେ ପୁଲିସ୍‌ କର୍ମୀ ଥିବା ଜଣାପଡିଛି ।

ପ୍ରତାପଗଢରେ ଏକ ଅଜଣା ବାଇକ୍ ପୁଲିସ୍‌ ଅଧିକାରୀଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ସେ ମହାନନ୍ଦୀ ତିୱାରୀ ମହିଳା ଥାନାରେ କାର୍ଯ୍ୟରତ ଥିଲେ । କୌଣସି କେସ ଯୋଗୁଁ ସେ ଅନ୍ତୁ ଅଞ୍ଚଳକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ସରାୟ ବୀରଭଦ୍ର ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

- Advertisement -

ସେହିପରି ଆଉ ଏକ ଦୁର୍ଘଟଣାରେ ବାଇକରେ ଯାଉଥିବା ଦୁଇ ଭାଇଙ୍କୁ କାର୍ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଏମ୍ସ ରାଏବରେଲୀକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

କୁଶୀନଗର ସଲମେଗଡ ଟୋଲ ପ୍ଲାଜା ନିକଟରେ ଏକ ଓଭରଲୋଡ ବସ୍ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ଦାଦା ପୁତୁରାଙ୍କ ଜୀବନ ଚାଲିଯାଇଥିଲା । ଆଗ୍ରାରେ ଏକ ଦ୍ରୁତଗାମୀ କାର ପୁଲିସ୍‌ ଗାଡିକୁ ଧକ୍କା ଦେବାରୁ ଜଣେ ହେଡ କନଷ୍ଟେବଳଙ୍କର ମୃତ୍ୟୁ ଘଟିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories