ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଡ଼ପୋଖରୀ ପଂଚାୟତ ଶରତ ଅଂଚଳରେ ଚାଞ୍ଚଲ୍ୟ । ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି ପାରିଦେଇଛି ସ୍ୱାମୀ । ଦୀର୍ଘ ୮ ବର୍ଷ ଧରି ବାବୁଲା ତାଙ୍କ ସ୍ତ୍ରୀ ମାଣିକ ଓ ପିଲାଙ୍କ ସହ ରହିଆସୁଥିଲେ । ସବୁବେଳେ ବାବୁଲା ମଦ ପିଇ ସ୍ତ୍ରୀ ମାଣିକଙ୍କୁ ମାରପିଟ କରନ୍ତି । ଗତ ୪ଦିନ ତଳେ ବାବୁଲା ମଦ ପିଇ ସ୍ତ୍ରୀଙ୍କୁ ଏକ ବାଡ଼ିରେ ମାରିଥିଲା, ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ବାବୁଲା ଏକ ଜଙ୍ଗଲରେ ମୃତଦେହକୁଫିଙ୍ଗି ଦେଇ ଫେରାର ହୋଇଯାଇଥିଲା ।
ଆଜି ଉକ୍ତ ଅଂଚଳରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଦେଖି ଖଇରା ପୁଲିସକୁ ଖବର ଦେଇଥିଲେ । ଖଇରା ଆଇଆଇସି ଶୁଚନ୍ଦ୍ର ମହାଳିକ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବଦ ରଖି ତଦନ୍ତ ଆରମ୍ଭ କରିଛନ୍ତି ।



