www.samajalive.in
Saturday, December 6, 2025
26.1 C
Bhubaneswar

ପୀତବାସଙ୍କୁ ହତ୍ୟା ପାଇଁ ସେପ୍ଟେମ୍ବରରେ ଷଡଯନ୍ତ୍ର ହୋଇଥିଲା

ସମାଜ ଡିଜିଟାଲ ଡେସ୍କ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସବୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି ବ୍ରହ୍ମପୁର ଏସପି । ଆଜି ସାମ୍ବାଦିକ ସମ୍ମିଳନୀ କହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଏସପି ଶ୍ରବଣା ବିବେକ ଏମ୍‌ । ପୀତବାସଙ୍କୁ ହତ୍ୟା କରିବା ପାଇଁ ସେପ୍ଟମ୍ବରରେ ଷଡଯନ୍ତ୍ର ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ଉମା ବିଷୋୟୀ ପାଖରେ ସବୁ ଡିଲ୍‌ ଟଙ୍କା ରହିଛି । ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା ।

ଆଣ୍ଟି ସୋସିଆଲ ଉମା ବିଷୋୟୀ ବିହାରରୁ ୪ଜଣ ସୁଟରଙ୍କୁ ଡକାଯାଇଥିଲା । ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ଭଡାରେ ରହିଥିଲେ ବିହାରରୁ ଆସିଥିବା ସୁଟର। ମଳୟ ବିଷୋୟୀ ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ରଖିଥିଲେ । ମେଡିକାଲ କାମରେ ଆସିଛନ୍ତି ବୋଲି ମଳୟ ବିଷୋୟୀ କହିଥିଲେ । ମାତ୍ର ଶୂନ୍ୟ ଚନ୍ଦ୍ର ଦାସ ବିହାରରୁ ଆସିଥିବା ଲୋକଙ୍କୁ ସନ୍ଦେହ କରିଥିଲେ । ମଳୟ ବିଷୋୟୀ କହିଥିବାରୁ ଶୂନ୍ୟ ଚନ୍ଦ୍ର ଦାସ କିଛି କହିପାରିନଥିଲେ । ଶୂନ୍ୟ ଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସଂପୃକ୍ତି ନାହିଁ । ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ଫେରି ଯାଇଥିଲେ । ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡଯନ୍ତ୍ର କାର୍ଯ୍ୟକାରୀ ହୋଇପାରିନଥିଲା। ପୀତବାସଙ୍କ ଘର ପାଖରେ ଭଡାରେ ଥିଲେ ସୁଟର। ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories