www.samajalive.in
Saturday, December 6, 2025
14.1 C
Bhubaneswar

ପୀତବାସ ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା, ଏସପି ଅଫିସ ଘେରାଉ ଉଦ୍ୟମ

ବ୍ରହ୍ମପୁର: ବିଜେପି ନେତା ତଥା ରାଜ୍ୟ ବାର କାଉନସିଲ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ତଦନ୍ତକୁ ପୁଲିସ ଅଧିକ ଜୋରଦାର କରିଛି। ଏକ ଉଲ୍ଲେଖନୀୟ ଘଟଣାରେ ବ୍ରହ୍ମପୁର ପୁଲିସ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚୁରା ପାଇଁ ଉଠାଇ ନେଇଛି।

ବିକ୍ରମଙ୍କୁ କୌଣସି ଅଜଣା ସ୍ଥାନରେ ରଖି ପଚରାଉଚରା କରାଯାଉଛି। ବିକ୍ରମଙ୍କୁ ଜେରା ପାଇଁ ନିଆଯିବା ଘଟଣାକୁ ନେଇ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବ୍ରହ୍ମପୁର ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଜେଡି ନେତା ଓ କର୍ମୀ ବିକ୍ରମଙ୍କ ଘରେ ପହଞ୍ଚିଛନ୍ତି। ବିକ୍ରାମଙ୍କୁ ପଚରାଉଚରା ପାଇଁ ନିଆଯିବା ଘଟଣା ପ୍ରତିବାଦରେ ବିଜେଡି କର୍ମୀ ଆଇଜି ଅଫିସ ଘେରାଉ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏସପି ଅଫିସ ସହ କମାପଲ୍ଲୀ ଛକରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଜେଡିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କ ସହ ସାକ୍ଷାତ ପାଇଁ ସମୟ ମାଗୁଛନ୍ତି। ପିତବାସଙ୍କ ହତ୍ୟା ମାମଲାରେ ପୂର୍ବରୁ ଜଣେ କର୍ପୋରେଟରଙ୍କୁ ମଧ୍ୟ ଜେରା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories