www.samajalive.in
Saturday, December 6, 2025
17.1 C
Bhubaneswar

ଏଥର ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବେ ଏହି ସିଙ୍ଗର୍‌..

କଟକ: ଆଉ ଦିନ କେଇଟା ପରେ କଟକରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ଚଳିତବର୍ଷ କଟକ-ଇନ୍-କଟକର ଥିମ୍ ରହିବ ଓଡିଆ ଭାଷା, ଓଡିଆ ସାହିତ୍ୟ। ବର୍ତ୍ତମାନ ସୁଦ୍ଧା ୪ ଜଣ ବଲିଉଡ୍ କଳାକାରଙ୍କ ସହ ଯୋଗାଯୋଗ ହୋଇସାରିଛି। ସେମାନେ ହେଉଛନ୍ତି ଶ୍ରେୟା ଘୋଷାଲ, ହର୍ଷଦୀପ୍ ସିଂ, ହମ୍ ସୁଫି ବ୍ୟାଣ୍ଡ୍ , ରିଷି। ଓଲିଉଡ୍‌ର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି। ଏଥର ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପାଇଁ ୯ଟି ସ୍ଥାନ ସ୍ଥିର କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।
ଚଳିତବର୍ଷ ବାଲିଯାତ୍ରା ପଡିଆକୁ କଟକ ଜିଲ୍ଲା ପ୍ରଶାସନ ନୋ ଡ୍ରୋନ୍ ଜୋନ୍ ଘୋଷଣା କରିଛି। ଆସନ୍ତର ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି। ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ। ତେଣୁ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳ ତଳ ଓ ଉପର ବାଲିଯାତ୍ରା ପଡିଆ ଏବଂ ଆଖପାଖ ଅଞ୍ଚଳ ଉପରେ ପାରା ଗ୍ଲାଇଡର୍ , ପାରା ମୋଟର୍ସ , ପାଓ୍ବାର ହ୍ୟାଙ୍ଗ୍‌ ଗ୍ଲାଇଡର୍‌ , ୟୁଏଭି କିମ୍ବା ଡ୍ରୋନ୍ ଉଡାଣକୁ ନିଶେଧ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories