www.samajalive.in
Saturday, December 6, 2025
17.1 C
Bhubaneswar

ଏନଡିଏ ମହାଗଠବନ୍ଧନରେ ସବୁକିଛି ଠିକ୍‍ ନାହିଁ କି: ଉପେନ୍ଦ୍ର କୁଶୱାହାଙ୍କୁ ଦିଲ୍ଲୀ ଡାକରା

ସମାଜ ଡିଜିଟାଲ ଡେସ୍କ: ବିହାରରେ ଏନଡିଏ ଗଠବନ୍ଧନରେ ସବୁକିଛି ଠିକ୍‍ ଚାଲିନାହିଁ । ଉପେନ୍ଦ୍ର କୁଶୱାହାଙ୍କ ଅସନ୍ତୁଷ୍ଟ ଯୋଗୁଁ ବିହାରରେ ଏନଡିଏ ଆସନ ବଣ୍ଟନ ବିବାଦ ଘନୀଭୂତ ହେଉଛି । ମଙ୍ଗଳବାର ରାତି ୪ଟା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । ଉପେନ୍ଦ୍ରଙ୍କ ସହ କଥା ହେବା ପରେ ନିତ୍ୟାନନ୍ଦ ଗଣମାଧ୍ୟମରେ କିଛି ବି କଥା ନହୋଇ ଚାଲିଯାଇଥିଲେ ।
ଏହି ସମୟରେ ଗଣମଧ୍ୟମ ପ୍ରତିନିଧିମାନେ ଯେତେବେଳେ ଉପେନ୍ଦ୍ର କୁଶୱାହାଙ୍କ ସହିତ କଥା ହୋଇଥିଲେ ସେ ଏନଡିଏ ଭିତରେ ବିଭାଜନ ହେବାର ଇଙ୍ଗିତ ଦେଇଥିଲେ । ସେ କହିଥିଲେ ଯେ ଯେଉଁମାନେ ତାଙ୍କ ସହିତ ସାକ୍ଷାତ କରିଥିଲେ ସେମାନଙ୍କୁ ଯାଇ ପଚାରନ୍ତୁ । ଯେତେବେଳେ ଉପେନ୍ଦ୍ର କୁଶୱାହାଙ୍କୁ ପଚରାଗଲା ଯେ ସେ ତାଙ୍କୁ ମିଳିଥିବା ଆସନରେ ସନ୍ତୁଷ୍ଟ କି ଅସନ୍ତୁଷ୍ଟ? ସେ ଉତ୍ତର ଦେଇଥିଲେ ‘ସନ୍ତୁଷ୍ଟ ହେବାର କୌଣସି ଅର୍ଥ ନାହିଁ । ମୁଁ କେବଳ ଏତିକି କହିପାରିବି ଯେ ଏହି ସମୟରେ ଏନଡିଏ ଭିତରେ ସବୁକିଛି ଠିକ୍‍ ଅଛି, ଏବଂ ସବୁ ଠିକ୍‍ ହୋଇଯିବ । ଏପଟେ କିନ୍ତୁ ଗୃହମନ୍ତ୍ରୀ ଅମିତ ଶାହ ଉପେନ୍ଦ୍ରଙ୍କୁ ଦିଲ୍ଲୀ ଡକାଇଛନ୍ତି ।
ଆଜି ଉପେନ୍ଦ୍ର କୁଶୱାହା ଦିଲ୍ଲୀରେ ପହଞ୍ଚିଥିବା ବେଳେ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଜି ପାଟନାର କ୍ୟାମ୍ପ ଅଫିସରେ ୧୨ଟା ୩୦ରେ ହେବାକୁ ଥିବା ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସାଥୀମାନଙ୍କ ସହିତ ବୈଠକକୁ ସ୍ଥଗିତ ରଖାଯାଇଛି । ଏବେ ଦିଲ୍ଲୀରେ ଉପେନ୍ଦ୍ରଙ୍କ ମାନଭଞ୍ଜନ ହେଉଛି କି ନାହିଁ ତାହା ଉପରେ ନଜର ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories