www.samajalive.in
Saturday, December 13, 2025
14.1 C
Bhubaneswar

ଆକାଂକ୍ଷା ତାଲିକାରୁ ହଟିଲା ରାୟଗଡ଼ା ଜିଲାର ୩ ବ୍ଲକ

ରାୟଗଡ଼ା: ରାୟଗଡ଼ା ଜିଲାର ସବୁଠାରୁ ଅନୁନ୍ନତ ତଥା ପଛୁଆ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକକୁ ଚଳିତ ମାସ ଆକାଂକ୍ଷା ଅଞ୍ଚଳ ତାଲିକାରୁ ହଟାଇ ଦିଆଯାଇଛି। ଫଳରେ ଏହି ପଛୁଆ ଅଞ୍ଚଳର ବିକାଶ ନେଇ ଆଶା ବାନ୍ଧିଥିବା ଅଞ୍ଚଳବାସୀ ନିରାଶ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲା ଶୈଳୀରେ ୨୦୨୩ ମସିହା ଜାନୁଆରୀ ମାସରେ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଓଡ଼ିଶାର ୧୬ ଜିଲାରୁ ମୋଟ ୨୯ ବ୍ଲକକୁ ଏଥିରେ ସାମିଲ କରାଯାଇଥିଲା।

କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଞ୍ଚଳର ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ୪୧ ଗ୍ରାମକୁ ପାଦ ଚଲା ରାସ୍ତା ଥିଲା ବେଳେ ୨୩ ଗ୍ରାମକୁ ବିଜୁଳି ସଂଯୋଗ ହୋଇପାରି ନାହିଁ। ସ୍ବାସ୍ଥ୍ୟସେବା ପାଇଁ ଏହି ଅଞ୍ଚଳବାସୀ ଦହଗଞ୍ଜ ହେଉଛନ୍ତି। ଶିଶୁ ଓ ମାତୃ ମୃତ୍ୟୁ ହାରରେ ଏହି ଅଞ୍ଚଳ ସର୍ବାଗ୍ରେ ଅଛି। ହର ଘର ଜଳ ଯୋଜନାରେ ସବୁ ଘରକୁ ପାନୀୟ ଜଳ ପହଞ୍ଚି ପାରି ନାହିଁ। ୩୧ ଗ୍ରାମ ଅଦ୍ୟାବଧି ଝରଣା ପାଣି ଉପରେ ନିର୍ଭର କରୁଛନ୍ତି।

- Advertisement -

ବିଷମକଟକ ବ୍ଲକର ୨୧ ଗ୍ରାମକୁ ଆମ୍ବୁଲାନ୍ସ ସେବା ଅପହଞ୍ଚ ରହିଛି। ଆବାସ ଯୋଜନାରେ ଘର ଖଣ୍ଡେ ନପାଇ ଅନେକ ପରିବାର ବାସହୀନ ଜୀବନ ବିତାଉଛନ୍ତି। ମୁନିଗୁଡ଼ା ବ୍ଲକର ଅନେକ ଗ୍ରାମକୁ ସାମାନ୍ୟତମ ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ଅନେକ ଗ୍ରାମକୁ ପକ୍କା ସଡ଼କ ନଥିଲା ବେଳେ ବର୍ଷାଦିନେ ସ୍ବାସ୍ଥ୍ୟସେବା ପାଇଁ ଦୁର୍ଗମ ଅଞ୍ଚଳ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।

ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଏହି ୩ ବ୍ଲକରେ ସ୍ବାସ୍ଥ୍ୟ, ଶିକ୍ଷା, ପୃଷ୍ଟି ଭିତ୍ତିଭୂମି ଏବଂ ଜୀବିକା ସୁଚକାଙ୍କ ରାଜ୍ୟର ହାରାହାରି ସ୍ଥିତିଠାରୁ ଭଲରେ ଥିବାରୁ ଏହି ୩ ବ୍ଲକକୁ ଆକାଂକ୍ଷା ଅଞ୍ଚଳ ତାଲିକାରୁ ବାଦ୍ ଦିଆ ଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଲିକାରୁ ବାଦ ପଡ଼ିବା ନେଇ ତଥ୍ୟ ପହଞ୍ଚି ନାହିଁ। ହସ୍ତଗତ ହେଲେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ପଞ୍ଚାୟତ ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡ କହିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories