www.samajalive.in
Friday, December 5, 2025
17.1 C
Bhubaneswar

ଆଜିଠାରୁ ଓଡ଼ିଶା-ବରୋଦା ରଣଜୀ ମୁକାବିଲା

କଟକ, ୧୪।୧୦ (ନିପ୍ର): ଗତବର୍ଷର ବିଫଳ ଅଭିଯାନ ପରେ ଓଡ଼ିଶା କ୍ରିକେଟ୍‌ ଦଳ ରଣଜୀ ଟ୍ରଫିରେ ବୁଧବାରଠାରୁ ପ୍ରଥମ ମ୍ୟାଚ୍‌ ଖେଳିବ। ବାରବାଟୀ ଷ୍ଟାଡିୟମ୍‌ରେ ଏଲିଟ୍‌ ଗ୍ରୁପ୍ ‘ଏ’ରେ ଶକ୍ତିଶାଳୀ ବରୋଦାର ମୁକାବିଲା କରିବ ଓଡ଼ିଶା। ଗତବର୍ଷ ଉଭୟ ଓଡ଼ିଶା ଓ ବରୋଦା ଗୋଟିଏ ଗ୍ରୁପ୍‌ରେ ଥିଲେ। ବରୋଦା ୭ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ୨୭ ପଏଣ୍ଟ ପାଇ କ୍ବାର୍ଟରଫାଇନାଲରୁ ଅଳ୍ପକେ ବଞ୍ଚିତ ହୋଇଥିଲା। ଓଡ଼ିଶା ୭ଟି ମ୍ୟାଚ୍‌ରୁ ୨ଟି ଜିତି, ୩ଟି ହାରି ୧୭ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଥିଲା। ଦୁର୍ବଳ ମେଘାଳୟକୁ ଓଡ଼ିଶା ହରାଇବା ପରେ ବାରବାଟୀ ଷ୍ଟାଡିୟମ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା। ବରୋଦାରେ ଗତବର୍ଷ ଓଡ଼ିଶାକୁ ଇନିଂସ ଓ ୯୮ ରନ୍‌ରେ ବରୋଦା ହରାଇଥିଲା। ବରୋଦାର ସ୍ପିନର ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ବାରବାଟୀ ପିଚ୍‌ରୁ ସ୍ପିନରଙ୍କୁ ସେପରି ସଫଳତା ମିଳିବ ନାହିଁ। ତେଣୁ ଗତବର୍ଷର ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଓଡ଼ିଶା ଖେଳିବ।
ଗତବର୍ଷ ଖେଳିଥିବା ଉଭୟ ଦଳରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଓଡ଼ିଶା ବିପକ୍ଷରେ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିବା କ୍ରୁନାଲ ପାଣ୍ଡ୍ୟା, ଆନ୍ତର୍ଜାତିକ ଖେଳାଳି ଦୀପକ ହୁଡା, ପେସ୍‌ ବୋଲର ଆକାଶ ସିଂହ ଦଳରେ ନାହାନ୍ତି। ତଥାପି ବରୋଦା ଦଳ ଶକ୍ତିଶାଳୀ ଅଛି। ଗତବର୍ଷ ଦଳ ପାଇଁ ସର୍ବାଧିକ ରନ୍‌ କରିଥିବା ଶିବାଳିକ ଶର୍ମା, ବିଷ୍ଣୁ ସୋଲାଙ୍କି, ଅଧିନାୟକ ଅତୀତ ସେଠ୍‌, ଜ୍ୟୋତ୍ସ୍ନିଲ ସିଂହ, ଶାଶ୍ବତ ରାୱତ ଓ ୱିକେଟ୍‌ ରକ୍ଷକ ମିତେଶ ପଟେଲ ଭଲ ବ୍ୟାଟ୍‌ସମ୍ୟାନ। ଦୁଇ ବାମହାତି ସ୍ପିନର ନିନାଦ୍‌ ରାଠ୍‌ୱା ଓ ଭାର୍ଗବ ଭଟ୍ଟ ଯେକୌଣସି ପିଚ୍‌​‌େ​‌ର ୱିକେଟ୍‌ ନେଇପାରନ୍ତି। ଅଫ୍‌ସ୍ପିନର ମହେଶ ପିଠିୟା ଗତବର୍ଷ ଦଳ ପାଇଁ ସର୍ବାଧିକ ୱିକେଟ୍‌ ନେଇଥିଲେ। ଦୀର୍ଘ ବର୍ଷ ହେଲା ଆଇପିଏଲ୍‌ ଖେଳୁଥିବା ରସିଖ୍‌ ସଲାମ୍, ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ଖେଳିଥିବା ରାଜ୍‌ ଲିମ୍ବାନି ଓ ଅଭିଜ୍ଞ ଲୁକ୍‌ମାନ ମେରିୱାଲା ଭଲ ପେସ୍‌ ବୋଲର। ସମସ୍ତ ବିଭାଗରେ ବରୋଦା ଶକ୍ତିଶାଳୀ ଅଛି। ଗତବର୍ଷ ମଧ୍ୟପ୍ରଦେଶ ପାଇଁ ଖେଳିଥିବା ବ୍ୟାଟ୍‌ସମ୍ୟାନ ଶୁଭ୍ରାଂଶୁ ସେନାପତି ଚଳିତବର୍ଷ ଓଡ଼ିଶା ଦଳର ନେତୃତ୍ବ ନେଉଛନ୍ତି। ତାଙ୍କ ସହ ଗତବର୍ଷ ଦଳ ପାଇଁ ସର୍ବାଧିକ ୪୩୫ ରନ୍‌ କରିଥିବା ସନ୍ଦୀପ ପଟ୍ଟନାୟକ, ୨ଟି ଶତକ ସହ ୩୬୫ ରନ୍‌ କରିଥିବା ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର, ଯୁବ ୱିକେଟ୍‌ ରକ୍ଷକ ଆଶୀର୍ବାଦ ସ୍ବାଇଁ, ଯୁବ ଓପ୍‌ନର ସ୍ବସ୍ତିକ ସାମଲଙ୍କୁ ଓଡ଼ିଶାର ବ୍ୟାଟିଂ ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ। ଯୁବ ବ୍ୟାଟ୍‌ସମ୍ୟାନ୍ ଅନୀଲ ପରିଡ଼ା ଓ ଗୌରବ ଚୌଧୁରୀଙ୍କ ସହ ରାଜେଶ ଧୁପର ମଧ୍ୟ ରନ୍‌ କରିବାକୁ ସମର୍ଥ। ବ୍ୟାଟିଂ ତୁଳନାରେ ଓଡ଼ିଶାର ବୋଲିଂ ଶକ୍ତିଶାଳୀ ନାହିଁ। ପେସ୍‌ ବୋଲର ରାଜେଶ ମହାନ୍ତିଙ୍କ ସହ ତାରିଣୀ ସା’, ସୁନୀଲ ରାଉଳ ଓ ତାପସ ଦାସଙ୍କ ମଧ୍ୟରୁ ୨ ଜଣ ଖେଳିବେ। ବାମହାତି ସୁମିତ ଶର୍ମାଙ୍କ ସହ ଗୋବିନ୍ଦ ପୋଦ୍ଦାର ସ୍ପିନରଙ୍କ ଭୂମିକା ନିର୍ବାହ କରିବେ। ବାରବାଟୀ ପିଚ୍‌ରେ ଆରମ୍ଭରୁ ପେସ୍‌ ବୋଲରଙ୍କୁ ସହାୟତା ମିଳିବ। ପରେ ଏହା ବ୍ୟାଟିଂ ସହାୟକ ହେବ। କ୍ରମାଗତ ୨ୟ ବର୍ଷ ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା ଖେଳିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories