www.samajalive.in
Saturday, December 6, 2025
17.1 C
Bhubaneswar

ପାକିସ୍ତାନର ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନର ପ୍ରତ୍ୟାଖ୍ୟାନ

କାବୁଲ: ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ଦୁଇ ପଡୋଶୀ ରାଷ୍ଟ୍ର ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ଉପନୀତ ହୋଇଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟପକ୍ଷରୁ ଏକାଧିକ ସୈନ୍ୟ ନିପାତ ହୋଇସାରିଥିବାବେଳେ ଦୁଇ ଦେଶର ଆନ୍ତର୍ଜାତିକ ସୀମାକୁ ସିଲ୍‌ କରାଯାଇଛି। କାତାର ଓ ସାଉଦି ଆରବର ମଧ୍ୟସ୍ଥତା ଯୋଗୁଁ ଏହି ସଂଘର୍ଷ ବର୍ତ୍ତମାନ ସ୍ଥଗିତ ରହିଥିଲେ ସୁଦ୍ଧା ଉତ୍ତେଜନା ପ୍ରଶମିତ ହୋଇନାହିଁ।

ଏହି ପରିପ୍ରେକ୍ଷୀରେ ପାକିସ୍ତାନ ପକ୍ଷରୁ ଆଗତ ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଏଥିସହିତ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ, ଆଇଏସଆଇ ମୁଖ୍ୟ ଅସୀମ ମାଲିକ ଏବଂ ଅନ୍ୟ ଦୁଇ ବରିଷ୍ଠ ସେନା ଅଧିକାରୀଙ୍କ ଭିସା ଆବେଦନକୁ ତାଲିବାନ ଖାରଜ କରିଥିବା ପ୍ରକାଶ। ବିଗତ ତିନିଦିନ ମଧ୍ୟରେ ଏମାନଙ୍କ ଭିସା ଆବେଦନ ତିନିଥର ଖାରଜ ହୋଇସାରିଲାଣି। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚିରାଚରିତ ଅଭ୍ୟାସ ଅନୁଯାୟୀ ପାକିସ୍ତାନ-ଆଫ୍‌ଗାନିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରିବାକୁ ଅଣ୍ଟା ଭିଡିଥିବା ଜଣାପଡିଛି। ହମାସ୍‌ ପକ୍ଷରୁ ଇସ୍ରାଏଲ ପଣବନ୍ଦୀଙ୍କୁ ଖଲାସ ପାଇଁ ଟ୍ରମ୍ପ ବର୍ତ୍ତମାନ ଇସ୍ରାଏଲ ଗସ୍ତରେ ଯାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକା ଫେରିବା ପରେ ପାକ୍‌-ଆଫ୍‌ଗାନ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ କରିବେ।

- Advertisement -

ବିଶ୍ବରେ ଏକାଧିକ ଯୁଦ୍ଧ ବନ୍ଦ କରିବାର ସୁନାମ ରହିଥିବାରୁ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମଧ୍ୟ ତାଙ୍କ କଥା ମାନିବେ ବୋଲି ଟ୍ରମ୍ପ ଡିଣ୍ଡିମ ପିଟୁଛନ୍ତି। ଅପରପକ୍ଷରେ ଚୀନ୍‌ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଚୀନ୍‌ ପକ୍ଷରୁ ଉଭୟ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ସରକାରଙ୍କୁ ଅନୁରୋଧ କରାଯାଇଛି। ଉଭୟ ଦେଶ ପଡୋଶୀ ହୋଇଥିବାବେଳେ ସେମାନେ ଚୀନ୍‌ର ମଧ୍ୟ ବନ୍ଧୁ। ତେଣୁ ଦୀର୍ଘମିଆଦୀ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ଯୁଦ୍ଧରୁ ନିବୃତ୍ତ ରହିବାକୁ ଚୀନ୍‌ ପରାମର୍ଶ ଦେଇଛି। ପାକିସ୍ତାନ ପକ୍ଷରୁ ପ୍ରଥମେ ଆଫ୍‌ଗାନିସ୍ତାନରେ ଥିବା ଟିଟିପି (ତେହେରିକ୍‌-ଇ-ତାଲିବାନ) ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଉପରେ ଆକ୍ରମଣ କରାଯାଇଥିଲା। ଏହା ପ୍ରତିଶୋଧ ନେବାକୁ ତାଲିବାନ ସେନା ଶନିବାର ଆନ୍ତର୍ଜାତିକ ସୀମାରେ ଥିବା ପାକିସ୍ତାନର ଏକାଧିକ ସେନା ଶିବିର ଉପରେ ବୋମାମାଡ କରିଥିଲା। ଏଥିରେ ୫୮ ପାକ୍‌ ସୈନ୍ୟ ନିପାତ ହୋଇଥିବା ତାଲିବାନ ଦାବି କରିଛି। ଅପରପକ୍ଷରେ ୨୦୦ରୁ ଅଧିକ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ଏବଂ ସେମାନଙ୍କର ୨୦ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ପାକିସ୍ତାନ ସେନା ସ୍ବୀକାର କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories