www.samajalive.in
Saturday, December 6, 2025
16.1 C
Bhubaneswar

ବୌଦ୍ଧରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ମଧ୍ୟପ୍ରଦେଶ ଅଞ୍ଚଳକୁ ବୋଲେରୋରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ପୁଲିସ ହାତରେ ଧରାପଡ଼ିଛି  । ପୁଲିସ ଗଞ୍ଜେଇ ସହ ବୋଲେରୋ ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି  । ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ବିଧି ସାହୁ ହୋଇଥିବା ଥାନା ଅଧିକାରୀ ଅନିତା ପଧାନ ସୂଚନା ଦେଇଛନ୍ତି  ।

ସୂଚନା ଅନୁସାରେ, ଆଜି ସକାଳେ ପୁଇଁନ୍ତଲା ପୁଲିସ ପକ୍ଷରୁ ଛତାପିପଲ୍ ଓ କୁରେଭନା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା  । ମଧ୍ୟପ୍ରଦେଶ ପଞ୍ଜିକରଣ ନମ୍ବର ଥିବା ଏକ ବୋଲେରୋ ସନ୍ଦେହଜନକ ଭାବେ ଆସୁଥିବାରୁ ପୁଲିସ ସନ୍ଦେହ କରିଥିଲା  । ପରେ ଗାଡ଼ିକୁ ପିଛା କରି ସକାଳ ୮ଟାରେ ଅଟକାଇ ଯାଞ୍ଚ କରାଯାଇଥିଲା  । ବୋଲେରୋ ତଳେ ଗଞ୍ଜେଇ ପୁଡ଼ିଆକୁ ଦଉଡ଼ିରେ ବାନ୍ଧି କୌଶଳକ୍ରମେ ଚାଲାଣ କରାଯାଉଥିବା ଜଣା ପଡ଼ିଥିଲା  । ବୋଲେରୋରୁ ୧୪ ପ୍ୟାକେଟ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ବିଧି ସାହୁକୁ ଗିରଫ କରାଯାଇଛି । କଣ୍ଟାମାଳ ଅଞ୍ଚଳରୁ ମଧ୍ଯପ୍ରଦେଶକୁ ବୋଲେରୋରେ ଗଞ୍ଜେଇ ଚାଲାଣ କରାଯାଉଥିବା ପୁଲିସ୍ ସୂଚନା ଦେଇଛି  । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଛି ।  ଅନ୍ୟପଟେ, ଅନ୍ୟ ଏକ ଗଞ୍ଜେଇ ଗାଡ଼ି ଫେରାର ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories