www.samajalive.in
Sunday, December 7, 2025
16.1 C
Bhubaneswar

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟ୍‍କା: ଚାର୍ଜଫ୍ରେମ୍‍ ନେଇ କୋର୍ଟଙ୍କ ରାୟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଅଡୁଆ ବଢିଛି । ଦିଲ୍ଲୀର ରାଉଜ୍‍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ, ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବା ନେଇ ରାୟ ପ୍ରକାଶ କରିଛନ୍ତି କୋର୍ଟ । ଆଜି କୋର୍ଟ ତିନି ଜଣଙ୍କ ଉପସ୍ଥିତିରେ ଏଭଳି ରାୟ ପ୍ରକାଶ କରିବା ସହ ଧାରା ୪୨୦ ଏବଂ ଅପରାଧିକ ଷଡଯନ୍ତ୍ର ଅନୁଯାୟୀ ବିଚାର କରାଯିବ ।

ରାଉଜ୍‍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ପ୍ରକାଶ କରି କହିଛନ୍ତି ଯେ ଲାଲୁ ଯାଦବ ଟେଣ୍ଟର ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଲାଲୁଙ୍କୁ ଅଭିଯୋଗ ବିଷୟରେ ଅବଗତ କରାଇ କୋର୍ଟ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଛନ୍ତି । ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବ ଷଡଯନ୍ତ୍ରରେ ସମାନ ଭାବରେ ସାମିଲ ଥିଲେ । କୋର୍ଟ ଏହା ପରେ ଲାଲୁ ଯାଦବଙ୍କୁ ପଚାରିଥିଲେ ଯେ ସେ ଅଭିଯୋଗ ସମ୍ପର୍କରେ କଣ କହିବେ, ଏହା ସତ୍ୟ କି?, ଉତ୍ତର ଦେଇ ଲାଲୁ କହିଛନ୍ତି ‘ମୁଁ ଦୋଷୀ ନୁହେଁଟ୍ଟ ମୁଁ କିଛି କରିନାହିଁ । ଏହାସହିତ ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କର ଉତ୍ତର ସମାନ ଥିଲା, ଆମେ ଦୋଷୀ ନୁହେଁ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories