www.samajalive.in
Saturday, December 6, 2025
26.1 C
Bhubaneswar

କୁଲଡିହାରେ ଦନ୍ତା ଶିକାର! ବନବିଭାଗର ତନାଘନା

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ କିଛି ମାସର ବ୍ୟବଧାନ ପରେ ପୁଣି ଥରେ ଦନ୍ତା ଶିକାର ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଜଙ୍ଗଲ ପାଦଦେଶ ଅଞ୍ଚଳ କୁହାଯାଉଥିବା ଆମ୍ବଝର ନିକଟସ୍ଥ ଏକ ବିଲ କିଆରୀରେ ଦନ୍ତାଟି ମରି ପଡିଥିବା ଦେଖିବାକୁ ମିଳିଛି। ଖବରପାଇ ବନ ଅଧିକାରୀ ଓ କର୍ମଚାରୀ ମାନେ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଦନ୍ତାକୁ କିଏ ହତ୍ୟା କଲା ସେନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି। କୁଲଡିହାରେ ଶିକାରୀଙ୍କ ଉପଦ୍ରଵକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ବନ କର୍ମଚାରୀଙ୍କ ପାଟ୍ରୋଲିଂ ଅବହେଳା ଯୋଗୁ ହତ୍ୟା ନା ଦନ୍ତାର ସ୍ୱାଭାବିକ ମୃତ୍ୟୁ, ସେନେଇ ବିଭାଗୀୟ ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories