www.samajalive.in
Saturday, December 6, 2025
15.1 C
Bhubaneswar

୧୯୯୨ ସବ୍‌ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଅନିୟମିତତା: ଓଡ଼ିଶା ସରକାରଙ୍କୁ ୪୫ ଲକ୍ଷ କ୍ଷତିପୂରଣ ନିର୍ଦେଶ

ନୂଆଦିଲ୍ଲୀ ବ୍ୟୁରୋ : ୧୯୯୨ରେ ଓଡ଼ିଶା ପୁଲିସରେ ସବ୍‌ଇନ୍ସପେକ୍ଟର ପଦ ଲାଗି ଅନୁଷ୍ଠିତ ନିଯୁକ୍ତି ପରୀକ୍ଷା ଅନିୟମିତତା ଯୋଗୁଁ କ୍ଷତିଗ୍ରସ୍ତ ତିନି ପରୀକ୍ଷାର୍ଥୀଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଦୁଇ ମାସ ମଧ୍ୟରେ ଦେବାକୁ ଓଡ଼ିଶା ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି। ନିଯୁକ୍ତି ସୁଯୋଗରୁ ବାଦ୍‌ ପଡ଼ିଥିବା ଜୟ କିଶୋର ମିଶ୍ର, ଭୁବନାନନ୍ଦ ପଟ୍ଟନାୟକ ଓ ପ୍ରଶାନ୍ତ କୁମାର ସାହାଣୀଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ରାଶି ପ୍ରଦାନ କରିବେ। ବୁଧବାର ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଓ ବିଚାରପତି ଏନ ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ସୁରେଶ ଚନ୍ଦ୍ର ତ୍ରିପାଠୀ ଦର୍ଶାଇଥିଲେ ଯେ ସାମାନ୍ୟ କାରଣରୁ ତିନି ଜଣଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ୧୩ ବର୍ଷ ପରେ ୨ ଅଗଷ୍ଟ ୨୦୦୫ରେ ଅନୁଷ୍ଠିତ ଶାରୀରିକ ପରୀକ୍ଷା ଲୋ ହର୍ଡଲ୍ସ ଶ୍ରେଣୀରେ ୧୨୦ ମିଟର ଦୌଡ଼ ପରୀକ୍ଷାକୁ ୨୫ ସେକେଣ୍ଡ ବଦଳରେ ତିନି ପରୀକ୍ଷାର୍ଥୀ ୨୭ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ ଯାହାକି ମାତ୍ର ୨ ସେକେଣ୍ଡ ଅଧିକ ଥିଲା। ଓଡ଼ିଶାରେ ପୁଲିସ ସବ୍‌ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି ଏକ ସାମାନ୍ୟ ଘଟଣା ଦର୍ଶାଇ ଚଳିତ ସପ୍ତାହରେ ଲୋକଲୋଚନକୁ ଆସିଥିବା ସବ୍‌ଇନ୍ସପେକ୍ଟର ନିଯୁକ୍ତି ଘୋଟାଲା ବିଷୟରେ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତିନି ପରୀକ୍ଷାର୍ଥୀଙ୍କ କ୍ୟାରିଅର ପ୍ରଭାବିତ ହୋଇଥିବାରୁ ଓଡ଼ିଶା ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆଇନଜୀବୀ ତ୍ରିପାଠୀ ଉଲ୍ଲେଖ କରିଥିଲେ। ଆବେଦନକାରୀଙ୍କ ଯୁକ୍ତିରେ ସହମତି ପ୍ରକାଶ କରି ଖଣ୍ଡପୀଠ ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories