www.samajalive.in
Friday, December 5, 2025
20.1 C
Bhubaneswar

ଚୌଦ୍ୱାର ଜେଲରେ ପୁଣି ଅଘଟଣ

ଚୌଦ୍ୱାର: ଗୁରୁବାର ଭୋର ସମୟରେ ବିହାର ଅଞ୍ଚଳର ୨ ବିଚାରାଧୀନ ବନ୍ଦୀ ଜେଲର ଉଚ୍ଚ କାନ୍ଥ ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭେଦ କରି ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଶନିବାର ରାତ୍ରିରେ ଅନ୍ୟ ଏକ ସେଲର ରଡ୍‌ କାଟି ଖସି ପଳାଇବା ଯୋଜନାକୁ ପଣ୍ଡ କରିଛି ପୁଲିସ। ସେଲକୁ ସିଲ କରାଯିବା ସହ ରହିଥିବା ବନ୍ଦୀ ଜଣଙ୍କୁ ଅନ୍ୟ ଏକ ସେଲରେ ରଖାଯାଇଛି। ପରେ ପୁଲିସର ୩ଟି ସ୍ୱତନ୍ତ୍ର ଦଳ ସମସ୍ତ ବ୍ଲକ ଓ ସେଲ ଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ହେଁ ସେପରି କିଛି ପାଇ ନଥିଲେ। ଜେଲରେ ଅନ୍ୟ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି। ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଜେଲ ଭିତରୁ ଦୁଇ ବନ୍ଦୀ ଫେରାର ହୋଇଯିବା ପରେ ସେମାନଙ୍କୁ ଧରିବା ପାଇଁ ପୁଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ରାଜ୍ୟ ଭିତରେ ଓ ବାହାରେ ଏକାଧିକ ଟିମ୍‌ ରହି କାର୍ଯ୍ୟ କରୁଛି। ୨ ବନ୍ଦୀ ସେଲର ମୋଟା ଲୁହା ରଡ କାଟିବାରେ ବ୍ୟବହୃତ ଆରି କିପରି ଓ କେଉଁଠୁ ଏହାକୁ ନେଇ ତଦନ୍ତ ଜୋର ଧରିଛି।

ଏହି ଉଦ୍ୟମ କେବଳ ୨ ଜଣ ବନ୍ଦୀଙ୍କ ଦ୍ୱାରା କେବେ ସମ୍ଭବପର ନୁହେଁ ଓ ଏଥିରେ କିଛି ଅଧିକାରୀ, କର୍ମଚାରୀ ଓ ବନ୍ଦୀ ସାମିଲ ଥିବା ଅନୁମାନ କରାଯାଇଛି। ଅନ୍ୟ ସେଲ ଗୁଡ଼ିକର ଅବସ୍ଥାକୁ ଶନିବାର ରାତ୍ରିରେ ଯାଞ୍ଚ କରିବା ବେଳେ ଗୋଟିଏ ସେଲର ରଡ଼୍‌ ଭାଙ୍ଗି ତଳେ ପଡ଼ି ଯାଇଥିଲା। ତତ୍କାଳ ପୁଲିସ ସେଲକୁ ଘେରିଯିବା ସହ ଯାଞ୍ଚ କରିଥିଲେ ହେଁ ସେପରି କିଛି ମିଳି ନଥିଲା। ସୂଚନା ଥାଉକି ଯେଉଁ ସେଲର ରଡ଼୍‌ଟି କଟାଯାଇ ଲଟକା ଯାଇଥିଲା। ଅପରପଟେ ସେଲ୍‌ରେ ଥିବା ବନ୍ଦୀ ଏସବୁ ବିଷୟରେ କିଛି ଜାଣି ନଥିବା ପୁଲିସକୁ କହିଥିଲା। ସୂଚନା ଥାଉକି ଜେଲକୁ ପ୍ରଥମଥର ଆସୁଥିବା ବନ୍ଦୀମାନଙ୍କୁ ସାମୂହିକ ବ୍ଲକ ଗୁଡ଼ିକରେ ଓ ପେଶାଦାର ଅପରାଧିଙ୍କୁ ସେଲ ଅଥବା ସ୍ୱତନ୍ତ୍ର ସେଲରେ ରଖାଯିବାର ବ୍ୟବସ୍ଥା ରହିଛି।

- Advertisement -

ସେଲ ଓ ସ୍ୱତନ୍ତ୍ର ସେଲ ଗୁଡିକର ବାହାରେ ସିସି କ୍ୟାମେରା ସହ ୨୪ ଘଣ୍ଟିଆ ପ୍ରହରା ଦେବାର ବ୍ୟବସ୍ଥା ରହିଥାଏ। ଦିନରେ ୪ ଘଣ୍ଟାରେ ଜଣେ, ରାତ୍ରିରେ ୨ ଜଣ ୱାଡେନ ଓ ତଦାରଖ ପାଇଁ ଜଣେ ମୁଖ୍ୟ ୱାଡେନ ଏସବୁର ନିରୀକ୍ଷଣ କରିଥାଏ। ହେଲେ ଏତେସବୁ ସତ୍ତ୍ବେ ସେଲରେ ରହୁଥିବା ବନ୍ଦୀଙ୍କ ପାଖକୁ ଆରି ଆସିବା ଓ ମୋଟା ଲୁହା ରଡ଼କୁ ଦିନଦିନ ଧରି କାଟିବା କିଭଳି ସମ୍ଭବ ପର ବୋଲି ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଏଥିରେ ଜେଲର ଏକାଧିକ ଅଧିକାରୀଙ୍କ ସହ କର୍ମଚାରୀ ଓ ସିସି କ୍ୟାମେରା ନିୟନ୍ତ୍ରଣ କରୁଥିବା କର୍ମଚାରୀଙ୍କ ସହଯୋଗ ରହିଥିବା ଚର୍ଚ୍ଚା ହେଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories