www.samajalive.in
Friday, December 5, 2025
20.1 C
Bhubaneswar

ବିଜେପି ସାଂସଦ ଓ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ

ସମାଜ ଡିଜିଟାଲ ଡ଼େସ୍କ: ପଶ୍ଚିମବଙ୍ଗରେ ବିଜେପି ସାଂସଦ ଓ ବିଧାୟକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ଆକଳନ କରିବାକୁ ଯାଇଥିଲେ ସାଂସଦ ଓ ବିଧାୟକ। କିନ୍ତୁ ଲୋକମାନେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିବା ସହ ପଥର ମାଡ କରିଥିଲେ । ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ସାଂସଦ ଏବଂ ବିଧାୟକ ଜୀବନ ବଞ୍ଚାଇବାକୁ ପଳାୟନ କରିବାକୁ ପଡିଥିଲା ।
ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ଜଳପାଇଗୁଡିର ନାଗରକଟା ଅଞ୍ଚଳରେ ଘଟିଥିଲା । ପଥର ମାଡରେ ମାଲନ୍ଦା ଉତ୍ତର ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡି ବିଧାୟକ ଡାକ୍ତର ଶଙ୍କର ଘୋଷ ଆହତ ହୋଇଥିଲେ । ସେମାନଙ୍କ ଗାଡିର କାଚ ଭାଙ୍ଗିଯାଇଥିଲା । ସୁରକ୍ଷା କର୍ମୀମାନେ କୌଣସି ପ୍ରକାରେ ସେମାନଙ୍କୁ ଭିଡରୁ ଉଦ୍ଧାର କରି ଗାଡିରେ ବସାଇ ମେଡିକାଲକୁ ନେଇଥିଲେ । ପଥର ମାଡ ଯୋଗୁଁ ସାଂସଦଙ୍କ ମୁଣ୍ଡ ଫାଟି ଯାଇଥିବା ସୂଚନା ମିଳିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସିଲିଗୁଡି ବିଧାୟକ ଡକ୍ଟର ଶଙ୍କର ଘୋଷ ଏବଂ ମାଲଦା ଉତ୍ତର ସାଂସଦ ଖଗେନ ମୁର୍ମୁ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାକୁ ପହଞ୍ଚିବା ସମୟରେ କିଛି ଲୋକ ଉତ୍ତେଜିତ ହୋଇ ପଡ଼ିଥିଲେ। ସେମାନେ ପରସ୍ପର ସହିତ ଯୁକ୍ତିତର୍କ ଏବଂ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ବିଧାୟକ ଏବଂ ସାଂସଦଙ୍କ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ପଥର ମାଡ କରିବା ଆରମ୍ଭ କରିଥିଲେ କିଛି ଲୋକେ ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories