ଭୁବନେଶ୍ୱର: ଭୁବନେଶ୍ଵର ଇନ୍ଫୋଭ୍ୟାଲି ଥାନା ଦେଉଳିଆପାଟଣା ଗୁଳିକାଣ୍ଡ ଘଟଣା। ଆଜି ପୁଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରବିବାର ଇନ୍ଫୋଭ୍ୟାଲି ଅଞ୍ଚଳ ଦେଉଳିଆପାଟଣାରେ ଥିବା ଭାଇ ଭାଇ ମଠରେ ଚାରି ରାଉଣ୍ଡ ଗୁଳି ଫୁଟିଥିଲା । ଏଥିରେ ଦୁଇ ଜଣ ଆହତ ହୋଇଥିବାବେଳେ ଆଶ୍ରମ ରେ ଥିବା କୁନି ଝିଅ ପୁପୁଲି ଅଳ୍ପକେ ବର୍ତ୍ତିଯାଇଛି। ଦୁଇ ଜଣ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଛି। ତେବେ ଜଙ୍ଗଲ ଭିତରେ ଅପରାଧି ମାନେ କାହିଁକି ଟାର୍ଗେଟ୍ କରିଥିଲେ, ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
ଇନ୍ଫୋଭ୍ୟାଲି ଗୁଳିକାଣ୍ଡ ଘଟଣା: ଅଳ୍ପକେ ବର୍ତ୍ତିଲା କୁନି ଝିଅ, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି
Popular Categories



