www.samajalive.in
Sunday, December 7, 2025
26.1 C
Bhubaneswar

ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ମହତ୍ତ୍ବରେ ପରିପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ

ଭ୍ରମଣ ପାଇଁ ଉତ୍ତରପ୍ରଦେଶ ଏକ ପ୍ରସିଦ୍ଧ ସ୍ଥାନ ଅଟେ। ଏହି ସ୍ଥାନ ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ମହତ୍ତ୍ୱର ପ୍ରତୀକ ବୋଲି ମାନ୍ୟତା ରହିଛି। ତେଣୁ ଏହା ଖୁବ ପ୍ରସିଦ୍ଧ ଅଟେ। ଉତ୍ତରପ୍ରଦେଶ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନିଜର ଐତିହାସିକତା କାରଣରୁ ମଧ୍ୟ ବେଶ ପ୍ରସିଦ୍ଧ। ମୁଖ୍ୟତଃ ପ୍ରେମର ପ୍ରତୀକ ‘ତାଜମହଲ’କୁ ଦେଖିବା ପାଇଁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଜାଣନ୍ତୁ ଏଠାକାର କେତେକ ପ୍ରସିଦ୍ଧ ସ୍ଥାନ ମାନଙ୍କ ବିଷୟରେ ….
ଆପଣଙ୍କୁ ଯଦି ଭଗବାନ କୃଷ୍ଣଙ୍କ ସହର ଦେଖିବାକୁ ଇଚ୍ଛା ତେବେ ମଧୁରା ନିଶ୍ଚୟ ଯାଆନ୍ତୁ। ଦୁନିଆର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ଏଠାକାର ପ୍ରତ୍ୟେକ ସ୍ଥାନରେ ରାଧାକୃଷ୍ଣଙ୍କ ବାସ ରହିଛି ବୋଲି କୁହାଯାଏ। ଏଠାରେ ଆପଣ ପ୍ରଭୁ କୃଷ୍ଣଙ୍କ ଜନ୍ମଭୂମି ମନ୍ଦିର, ଦ୍ୱାରିକାଧୀଶ ମନ୍ଦିର, ଜାମା ମସଜିଦ, କୁସୁମ ସରୋବର, ରାଧା କୁଣ୍ଡ, କୃଷ୍ଣ କିଲା ଆଦି ରହିଛି।
ଆଗ୍ରାର ନାମ ଆସିଲେ ତାଜମହଲର କଥା ହିଁ ପ୍ରଥମେ ସଭିଁଙ୍କ ମନରେ ଆସିଥାଏ। ଏହାର ସୌନ୍ଦର୍ଯ୍ୟ ଏତେ ଅଧିକ ଯେ, ଏହା ପ୍ରତି ସଭିଏଁ ବେଶ ଆକୃଷ୍ଟ ହୋଇଥାଆନ୍ତି। ଦୁନିଆର କୋଣ ଅନୁକୋଣରୁ ବହୁ ଲୋକେ ଏହି ସ୍ଥାନକୁ ଆସି ନିଜକୁ ଏକ ସ୍ୱତନ୍ତ୍ର ଦୁନିଆରେ ହଜାଇ ଦେଇଥାଆନ୍ତି।
ଆଗ୍ରାରେ ଆପଣ ଆଗ୍ରା ଫୋର୍ଟ, ଫତେହପୁର ସିକ୍ରି, ଆରାମ ବାଗ, ଖାସ ମସଲ ଏବଂ ମେହତାବ ବାଗ ଆଦି ସ୍ଥାନକୁ ମଧ୍ୟ ବୁଲିବା ପାଇଁ ଯାଇପାରିବେ।
ଉତ୍ତର ପ୍ରଦେଶ ଆସିଲେ ଆପଣ ଲକ୍ଷ୍ନୌ ମଧ୍ୟ ବୁଲିପାରିବେ। ଏହା ଉତ୍ତରପ୍ରଦେଶର ରାଜଧାନୀ ଅଟେ। ଏଠାକାର ଚାଲିଚଳନ ଓ ଖାଦ୍ୟପେୟ ପର୍ଯ୍ୟଟକଙ୍କ ମନରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଏ। ଭ୍ରମଣ ପାଇଁ ମଧ୍ୟ ଏଠାରେ ବହୁ ସ୍ଥାନ ରହିଛି।
ଉତ୍ତର ପ୍ରଦେଶ ଆସିଲେ ଆପଣ ବନାରସ ମଧ୍ୟ ବୁଲିପାରିବେ। ବନାରସକୁ ଭାରତର ଧର୍ମ ନଗରୀ ମଧ୍ୟ କୁହାଯାଏ। ଏଠାକୁ ଆସିଲେ ସଭିଏଁ ଭକ୍ତିର ଭାବରେ ନିଜକୁ ହଜାଇ ଦେଇଥାଆନ୍ତି। ଗଙ୍ଗା ନଦୀ ନିକଟରେ ଥିବା ଏହି ସ୍ଥାନ ନିଜର ଏକ ସାଂସ୍କୃତିକ ଭାବନାର ପରିଚୟ ଦେଇଥାଏ। ଏଠାରେ ଆପଣ କାଶୀ ବିଶ୍ୱନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏହାଛଡ଼ା ଆପଣ ଏଠାରେ ଅନ୍ୟାନ୍ୟ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories