ନୂଆଦିଲ୍ଲୀ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ସମୟରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଜୁବିନଙ୍କ ମ୍ୟାନେଜର ସିର୍ଦ୍ଧାର୍ଥ ଶର୍ମାଙ୍କୁ ଗୁରୁଗ୍ରାମ ଏବଂ ସିଙ୍ଗାପୁରରେ ହୋଇଥିବା ଇଭେଣ୍ଟ ଅର୍ଗାନାଇଜର ଶ୍ୟାମକାନୁ ମହନ୍ତଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୁଲିସ ଗିରଫ କରିଛି । ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଜୁବିନ ଗର୍ଗଙ୍କ ଫୋନ୍ ମଧ୍ୟ ଜବତ କରାଯାଇଛି।
ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଗାୟକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଶଂସକ ଏବଂ ପରିବାର ସମସ୍ତେ ଭାବୁଥିଲେ ଯେ, ସ୍କୁବା ଡାଇଭିଂ ବେଳେ ତାଙ୍କର ଏଭଳି ହଠାତ୍ ମୃତ୍ୟୁ କିଭଳି ହୋଇଗଲା। ଏହି ରହସ୍ୟର ସମାଧାନ କରିବା ପାଇଁ, ତାଙ୍କର ବ୍ୟବଚ୍ଛେଦ ଦୁଇଥର କରାଯାଇଥିଲା। ଶ୍ୟାମକାନୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିବାବେଳେ ସିଦ୍ଧାର୍ଥଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଛି।



