www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଥମଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ମୋଚିତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ  ଶତବାର୍ଷିକୀ ଉତ୍ସବ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଅନୁଷ୍ଠିତ ସମାରୋହରେ ଯୋଗଦେଇଛନ୍ତି। ଏବଂ ଆରଏସ୍‌ଏସ୍‌ର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକ ଟିକେଟ୍ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଭାରତ ସରକାର ସଂଘର ଗୌରବମୟ ୧୦୦ ବର୍ଷର ଯାତ୍ରାକୁ  ସ୍ମରଣ କରିବା ପାଇଁ ସ୍ବତନ୍ତ୍ର ଡାକ ଟିକେଟ୍ ଏବଂ  ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ୧୦୦ ଟଙ୍କାର ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ସିଂହ ସହିତ ମୁଦ୍ରାରେ ଭାରତ ମାତାର ଏକ ମହିମାମୟ ପ୍ରତିଛବି ରହିଛି ।

ତେବେ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ “ଆଜି ମହାନବମୀ। ଆଜି ଦେବୀ ସିଦ୍ଧିଦାତ୍ରୀଙ୍କ ଦିନ। ମୁଁ ମୋର ସମସ୍ତ ଦେଶବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଉଛି। ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ – ଅନ୍ୟାୟ ଉପରେ ନ୍ୟାୟର ବିଜୟ, ମିଥ୍ୟା ଉପରେ ସତ୍ୟର ବିଜୟ, ଅନ୍ଧାର ଉପରେ ଆଲୋକର ବିଜୟ। ବିଜୟାଦଶମୀ ହେଉଛି ଭାରତୀୟ ସଂସ୍କୃତିର ଏହି ଧାରଣା ଏବଂ ବିଶ୍ୱାସର ଏକ କାଳଜୟୀ ଘୋଷଣା।”

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories