ସୋର : ବାଲେଶ୍ଵର ଜିଲ୍ଲା ସୋର ଥାନା ଟେଣ୍ଟେଇ ବିରିପଡା ଗାଁରେ ଦୁର୍ବୁତ୍ତମାନେ ଗର୍ଭବତୀ ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି । ସୂଚନା ମୁତାବକ ବିରିପଡା ଗାଁର ଅହଲ୍ୟା ନାୟକଙ୍କ ଘର କାମ ଚାଲୁଥିବାରୁ ସେ ପରିବାର ସହ ଏକ ଅସ୍ଥାୟୀ ଘରେ ରହୁଥିଲେ। ଶୁକ୍ରବାର ରାତିରେ କିଛି ଦୁର୍ବୁତ୍ତ ପଲିଥିନ୍ ଚିରି ଅହଲ୍ୟାଙ୍କ ଘରେ ପଶିଥିଲେ। ଏବଂ ଅହଲ୍ୟାଙ୍କ ଗର୍ଭବତୀ ଝିଅ ରଶ୍ମିତାଙ୍କୁ ଦୁର୍ବ୍ୟବହାର କରିବା ସହ ପରିବାରର ୩ ଜଣଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ। ଘରେ ଥିବା ନଗଦ ୧୪ ହଜାର ଟଙ୍କା ଏବଂ ୫୦ ହଜାରରୁ ଅଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଗୁରୁତର ରଶ୍ମିତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



