www.samajalive.in
Saturday, December 6, 2025
15.1 C
Bhubaneswar

ତେଲ ନଦୀ ପୋଲ ଦବିଲା : ଭବାନୀପାଟଣାରୁ ଖଡ଼ିଆଳ ଗାଡି ଚଳାଚଳ ବନ୍ଦ

ଭବାନୀପାଟଣା: ଭବାନୀପାଟଣାରୁ ଖଡ଼ିଆଳ ଦେଇ ରାୟପୁରକୁ ସଂଯୋଗ କରୁଥିବା ତେଲ ନଦୀ ପୋଲ ଦବି ଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ପୋଲ ମଝିରେ ଥିବା ଏକ ସ୍ଲାବରୁ ସିମେଣ୍ଟ ଖସିବା ସହିତ ସେହି ସ୍ଥାନରେ ଖୁଣ୍ଟ ଦବିଥିବା ଦେଖିବାକୁ ମିଳିଥିଲା। ଫଳରେ ପୋଲ ଉପରେ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରଖା ଯାଇଛି। ଉଭୟ ପକ୍ଷରେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି। ପିଡ଼ବ୍ଲୁଡି ବିଭାଗର ଯନ୍ତ୍ରୀ ଦିନ ୧୨ ଟା ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ପୁଲିସ ଲୋକଙ୍କୁ ବୁଝାସୁଝା କରି ଅନ୍ୟବାଟେ ଯିବାକୁ ପରାମର୍ଶ ଦେଉଛି। ପ୍ରାୟ ୨୦୦୬ ମସିହାରେ ବନ୍ୟାରେ ଏହି ପୋଲ ଦବିବା ସହିତ ସଂଯୋଗକାରୀ ରାସ୍ତା ଭାଙ୍ଗିଯାଇଥିଲା। ଏହି ପୋଲଟି ବହୁ ପୁରୁଣା ହେଇଥିବାରୁ ନୂତନ ପୋଲ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି।

ଖୁବ୍‌ ଖାସ୍‌ ଚଳିତ ବର୍ଷର ମହାନବମୀ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ହଠାତ୍‌ ହେବେ ଧନୀ, ଦୂର ହେବ ଚିନ୍ତା, ଚମକିବ ଭାଗ୍ୟ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories