www.samajalive.in
Friday, December 12, 2025
16.1 C
Bhubaneswar

ହାରିସ ରୈଫ ଦଣ୍ଡିତ, ଫରହାନଙ୍କୁ ତାଗିଦା

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପର ସୁପର-୪ ମ୍ୟାଚ ଗତ ୨୧ରେ ଦୁବାଇରେ ଖେଳାଯାଇଥିଲା। ଉକ୍ତ ମ୍ୟାଚରେ ପାକିସ୍ତାନ ଦ୍ରୁତ ବୋଲର ହାରିସ ରୈଫ ଓ ବ୍ୟାଟ୍‌ସମ୍ୟାନ ସାହେବଜାଦା ଫରହାନ ଭାରତୀୟ ପ୍ରଶଂସକଙ୍କ ପ୍ରତି ଅଶୋଭନୀୟ ଆଚରଣ କରିଥିଲେ। ଉକ୍ତ ଆଚରଣ ପାଇଁ ଆଇସିସି ରୈଫଙ୍କୁ ଦଣ୍ଡିତ ଓ ଫରହାନଙ୍କୁ ତାଗିଦା କରିଛି। ପଡ଼ିଆରେ ଏଭଳି ଆଚରଣ ପାଇଁ ରୈଫ ଓ ଫରହାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିସିସିଆଇ ପକ୍ଷରୁ ଆଇସିସି ନିକଟରେ ଦାବି କରାଯାଇଥିଲା। ମ୍ୟାଚ ରେଫରୀ ରିଚି ରିଚାଡସର୍ନଙ୍କ ରିପୋର୍ଟ ପରେ ଆଇସିସି ପକ୍ଷରୁ ରୈଫ ଓ ଫରହାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରୈଫଙ୍କ ୩୦ ପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଥିବାବେଳେ ଫରହାନଙ୍କୁ ତାଗିଦ କରାଯାଇଛି।

କ୍ରିକେଟ ପଡ଼ିଆରେ ଏଭଳି ଆଚରଣ ଆଇସିସି ନିୟମକୁ ଉଲ୍ଲଙ୍ଘନ କରୁଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ରୈଫ ଭାରତୀୟ ବ୍ୟାଟ୍‌ସମ୍ୟାନ ଅଭିଷେକ ଶର୍ମାଙ୍କ ସହ ଯୁକ୍ତିତର୍କ ଓ ଭାରତୀୟ ପ୍ରଶଂସକଙ୍କ ଆଡକୁ ଇଙ୍ଗିତ କରି ଲଢୁଅା ଜେଟ୍‌ ବିମାନ ଉପରକୁ ଉଠିବା ଓ ପରେ ତଳେ ପଡ଼ିଯିବାର ସଙ୍କେତ ଦେଇଥିଲେ। ଭାରତୀୟ ଇନିଂସ ସମୟ​‌େ​‌ର ବାଉଣ୍ଡାରୀ ଲାଇନରେ ପାକିସ୍ତାନ ଦ୍ରୂତ ବୋଲର ହାରିସ ରୈଫ ଫିଲ୍ଡିଂ କରୁଥିବାବେଳେ ଭାରତୀୟ ପ୍ରଶଂସକ କୋହଲି କୋହଲି ଚିତ୍କାର କରିଥିଲେ। ଏହାର ଜବାବରେ ରୈଫ ଭାରତୀୟ ପ୍ରଶଂସକଙ୍କ ଆଡକୁ ଚାହିଁ ଲଢୁଅା ଜେଟ୍‌ ବିମାନ ଉପରକୁ ଉଠିବା ଓ ପରେ ତଳେ ପଡ଼ିଯିବାର ସଙ୍କେତ ଦେଇଥିଲେ। ସେହିପରି ଫରହାନ ଅର୍ଦ୍ଧଶତକ ହାସଲ କରିବା ପରେ ବ୍ୟାଟକୁ ଏକେ ୪୭ ବନ୍ଧୁକ ଭଳି ଦେଖାଇ ଉତ୍ସବ ମନାଇଥିଲେ। କ୍ରିକେଟ ପଡ଼ିଆରେ ରୈଫ ଓ ଫରହାନଙ୍କ ଏଭଳି ଆଚରଣକୁ ବିଭିନ୍ନ ସ୍ତରରେ ସମାଲୋଚନା କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories