www.samajalive.in
Monday, December 8, 2025
27.1 C
Bhubaneswar

ଦାଦାର ଠେଙ୍ଗା ମାଡ଼ରେ ପୁତୁରା ମୃତ

ଅନୁଗୋଳ : ଦାଦାର ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ବଡ଼ କଞ୍ଜିନି ଗ୍ରାମର ପ୍ରଦିପ ଦାସଙ୍କ ପୁଅ ସୁଦର୍ଶନ ଦାସ୍ (୩୮) ଗତକାଲି ରାତିରେ ଦାଦା ବସନ୍ତ ଦାସଙ୍କ ପାଇଁ ଖାଇବା ନେଇ ଯାଉଥିଲେ। ଦାଦା ମାନସିକ ରୋଗରେ ଥିବା ବେଳେ ସେ ଘରକୁ ନ ଆସି ଗାଁ ପାଖ ମଶାଣି ଘରେ ରହୁଥିଲେ। ପ୍ରତ୍ୟେକ ଦିନ ତାଙ୍କ ପାଇଁ ଘରୁ ଖାଇବା ନେଇ ପୁତୁରା ଯାଆନ୍ତି। ପୁତୁରା ଘରକୁ ନ ଫେରିବାରୁ ସୁଦର୍ଶନଙ୍କ ସ୍ତ୍ରୀ ସକାଳେ ଖୋଜିବାକୁ ଯାଇଥିବା ବେଳେ ସୁଦର୍ଶନଙ୍କ ମୃତଦେହ ପଡ଼ିଥିବା ଦେଖି ଘର ଲୋକେଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଘରଲୋକେ ଓ ଗାଁ ଲୋକମାନେ ପହଞ୍ଚି ବନ୍ତଳା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଗାଁ ଲୋକମାନେ ଦାଦାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories