www.samajalive.in
Thursday, December 11, 2025
15.1 C
Bhubaneswar

ସୂର୍ଯ୍ୟକୁମାରଙ୍କ ୩୦ ପ୍ରତିଶତ ମ୍ୟାଚ ଫି କଟିଲା

ଦୁବାଇ: ଚଳିତ ଏସିଆ କପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଣ୍ଡିତ ହୋଇଛନ୍ତି। ଗତ ୧୪ରେ ଦୁବାଇରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଲିଗ ମ୍ୟାଚରେ ଭାରତ ବିଜୟୀ ପରେ ସୂର୍ଯ୍ୟକୁମ​‌ାର ଯାଦବଙ୍କ ବୟାନକୁ ନେଇ ଆଇସିସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମ୍ୟାଚ ରେଫରୀ ରିଚି ରିଚାର୍ଡସନ ଅଭିଯୋଗର ଶୁଣାଣି କରି ସୂର୍ଯ୍ୟକୁମାରଙ୍କୁ ଦଣ୍ଡିତ କରିଛନ୍ତି। ଦଣ୍ଡ ସ୍ବରୂପ ସୂର୍ଯ୍ୟକୁମାରଙ୍କ ମ୍ୟାଚ ଫିର ୩୦ ପ୍ରତିଶତ କାଟି ଦିଆଯାଇଛି। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚରେ ଭାରତ ବିଜୟ ପରେ ସୂର୍ଯ୍ୟକୁମାର ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପିଡ଼ିତଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବା ସହ ଅପରେସନ ସିନ୍ଦୁରରେ ସାମିଲ ଥିବା ଭାରତୀୟ ସଶସ୍ତ୍ର ବଳକୁ ବିଜୟ ଉତ୍ସର୍ଗ କରିଥିଲେ। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ପକ୍ଷରୁ ଆଇସିସି ନିକଟରେ ଅଭିଯୋଗ କରାଯାଇଥିଲା। ପିସିବିର ଅଭିଯୋଗ ପରେ ଆଇସିସି ପକ୍ଷରୁ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories