www.samajalive.in
Sunday, December 14, 2025
16.1 C
Bhubaneswar

ଲଦାଖ ହିଂସାକୁ ନେଇ ଫଶିଲେ ସୋନମ ଓ୍ବାଙ୍ଗଚୁକ, ଆସିଲା ପାକିସ୍ତାନ ଲିଙ୍କ୍‌ !

ଲଦାଖରେ ଜାରି ହିଂସାକୁ ନେଇ ଟାର୍ଗେଟକୁ ଆସିଛନ୍ତି ସୋନମ ଓ୍ବାଙ୍ଗଚୁକ। ହିଂସା ପାଇଁ ସୋନମଙ୍କ ଓ୍ବାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି ସରକାର। ଅନ୍ୟପଟେ ସିବିଆଇ ସୋନମ ଏବଂ ତାଙ୍କ ସଂସ୍ଥା ବିରୋଧରେ ବିଦେଶରୁ ମିଳିଥିବା ପାଣ୍ଠିର ତଦନ୍ତ ୨ ମାସ ହେବ ଜାରି ରହିଛି। ସୋନମ ବେଆଇନ ଉପାୟରେ ବିଦେଶରୁ ପାଣ୍ଠି ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ଚଳିତବର୍ଷ ଫେବୃୟାରୀ ୬ରେ ସେ ପାକିସ୍ତାନ ମଧ୍ୟ ଗସ୍ତ କରିଥିଲେ। ତାଙ୍କର ଏହି ଗସ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ସୋନମଙ୍କୁ ସରକାର ଲଦାଖ ହିଂସା ପାଇଁ ଦାୟୀ କରିଛନ୍ତି। ସିବିଆଇ ତାଙ୍କ ଏନଜିଓ ହିମାଲୟନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଲର୍ନିଂ(ଏଚଆଇଏଏଲ) ବିରୋଧରେ ତଦନ୍ତ ଚଳାଇଛି। ଗତ ଅଗଷ୍ଟରେ ଲଦାଖ ପ୍ରଶାସନ ଏଚଆଇଏଏଲକୁ ଜମି ଆବଣ୍ଟନ ରଦ୍ଦ କରିଦେଇଥିଲା। ବର୍ତ୍ତମାନ ଗୃହ ମନ୍ତ୍ରରାଳୟ ଲଦାଖରେ ହୋଇଥିବା ହିଂସାକୁ ନେଇ ସୋନମଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ସୋନମଙ୍କ କାର୍ଯ୍ୟକଳାପକୁ ସନ୍ଦିଗ୍ଧ ବୋଲି ଦର୍ଶାଇଛନ୍ତି ଦେଶର ସୁରକ୍ଷା ସଂସ୍ଥା।

- Advertisement -

ସୂଚନା ଅନୁସାରେ, ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ଦିନ ବନ୍ଦ ଡାକରା ଦିଆଯାଇଥିଲା। ଏଥିପାଇଁ ଲେହ ସହରରେ ଦୋକାନ ବଜାର ବନ୍ଦ ରହିଥିଲା। କିନ୍ତୁ ବହୁ ସଂଖ୍ୟକ ଲୋକ ଏନଡିଏସ ସ୍ମାରକ ମଇଦାନରେ ଏକାଠି ହୋଇଥିଲେ। ପରେ ସେମାନେ ରାଜ୍ୟ ମାନ୍ୟତା ଦାବିରେ ନାରା ଦେଇ ରାସ୍ତାକୁ ଓହ୍ଲାଇଥିଲେ। କିନ୍ତୁ ବିଜେଡି ଏବଂ ହିଲ୍‌ କାଉନସିଲ ମୁଖ୍ୟାଳୟ ଉପରେ ଆନ୍ଦୋଳନକାରୀ ପଥରମାଡ଼ କରିବାରୁ ସ୍ଥିତି ବିଗିଡ଼ ଯାଇଥିଲା। କିଛି କାର୍ଯ୍ୟାଳୟ ଏବଂ ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା। ଗୋଟିଏ ଗୋଷ୍ଠୀ ଅନେକ ଗାଡ଼ିମୋଟରରେ ନିଆଁ ଲଗାଇଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଏବଂ ସୁରକ୍ଷା କର୍ମୀଙ୍କୁ ଲୁହବୁହା ଗ୍ୟାସ ଏବଂ ଗୁଳି ଚଳାଇବାକୁ ପଡ଼ିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories