ସମାଜ ଡିଜିଟାଲ ଡେସ୍କ: କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳରୁ ୩ ଜଣ ଝିଅ ନିଖୋଜ ହୋଇଯିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଏକା ସମୟରେ ୩ ଜଣ ଝିଅ କିପରି ନିଖୋଜ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩ ଝିଅଙ୍କ ମଧ୍ୟରେ ୨ ଜଣ ଯୁବତୀ ଥିବାବେଳେ ଅନ୍ୟ ଜଣେ ନାବାଳିକା ରହିଛନ୍ତି। ଯୁବତୀ ଦ୍ଵୟଙ୍କ ବୟସ ୨୧ ଏବଂ ୧୮ ବର୍ଷ ହୋଇଥିବାବେଳେ ନାବାଳିକାଟି ୧୫ ବର୍ଷର। ୨୧ ବର୍ଷୀୟା ଯୁବତୀ ଜଣକ ଅନ୍ୟ ୨ ଜଣଙ୍କୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି।
Popular Categories



