www.samajalive.in
Friday, December 5, 2025
20.1 C
Bhubaneswar

‘ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ନୁହେଁ’ ମନ୍ତବ୍ୟର ଜବାବ: ଫାଇନାଲରେ ଆମେ ଦେଖାଇବୁ- ସାହିନ୍‌

ଦୁବାଇ: ଏସିଆ କପ୍‌ରେ ରବିବାର ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌କୁ ଭାରତ ଏକତରଫା ଭାବେ ଜିତିଥିଲା। ପାକିସ୍ତାନକୁ ଦୁଇ ଥର ଭାରତ ସହଜରେ ପରାସ୍ତ କରିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପରୋକ୍ଷରେ କହିଥିଲେ ଯେ ପାକିସ୍ତାନକୁ ପ୍ରତିଦ୍ବନ୍ଦ୍ବୀ ବୋଲି ଭାରତ ଭାବୁନାହିଁ। ସୂୂର୍ଯ୍ୟ କହିଥିଲେ, ଯଦି ଦୁଇ ଦଳ ପରସ୍ପର ବିପକ୍ଷରେ ୧୫-୨୦ଟି ମ୍ୟାଚ୍‌ ଖେଳିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ମୁକାବିଲାର ଫଳାଫଳ ୭-୭ କିମ୍ବା ୮-୭; ତେବେ ଉଭୟ ଦଳଙ୍କୁ ପ୍ରତିଦ୍ବନ୍ଦ୍ବୀ ବୋଲି କୁହା ଯାଇଥାଏ। ତେବେ ଯଦି ଦୁଇ ଦଳଙ୍କ ମଧ୍ୟରେ ଫଳାଫଳ ୧୩-୦ କିମ୍ବା ୧୦-୧; ତେବେ ଦୁଇ ଦଳଙ୍କୁ ପ୍ରତିଦ୍ବନ୍ଦ୍ବୀ ବୋଲି କୁହା ଯିବନାହିଁ। ଏହାର କଡ଼ା ଜବାବ ଦେଇଛନ୍ତି ପାକିସ୍ତାନର ବାମହାତି ପେସ୍‌ ବୋଲର ସାହିନ୍ ଶାହା ଆଫ୍ରିଦି।

ସାମ୍ବାଦିକମାନଙ୍କୁ ସାହିନ୍ ଆଫ୍ରିଦି କହିଛନ୍ତି, ସେ (ସୂର୍ଯ୍ୟକୁମାର) ଯାହା ଚାହାନ୍ତି; ତାଙ୍କୁ କହିବାକୁ ଦିଅନ୍ତୁ। ସମସ୍ତଙ୍କର ନିଜସ୍ବ ମତାମତ ଦେବାର ଅଧିକାର ଅଛି। ଆମେ ଅଦ୍ୟାବଧି ଫାଇନାଲରେ ପହଞ୍ଚିନାହୁଁ। ଫାଇନାଲରେ ପହଞ୍ଚିବା ପରେ ଆମେ ସେମାନଙ୍କୁ ଦେଖାଇବୁ। ଆମେ ଏଠାକୁ ଖେଳିବାକୁ ଆସିଛୁ ଏବଂ ଏସିଆ କପ୍‌ ଜିତିବା ଆମର ଲକ୍ଷ୍ୟ। ତେଣୁ ଆମର ଧ୍ୟାନ ଏହାରି ଉପରେ ରହିଛି। ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ସାହେବ୍‌ଜାଦା ଫର୍‌ହାନ ଅର୍ଦ୍ଧଶତକ ମାରିବା ପରେ ବ୍ୟାଟ୍‌କୁ ଏକେ୪୭ ବନ୍ଧୁକ ଭଳି ଦେଖାଇ ଉତ୍ସବ ମୁଖର ହୋଇଥିଲେ। ହାରିସ୍ ରୌଫ୍‌ ଭାରତୀୟ ପ୍ରଶଂସକଙ୍କୁ ଆଡ଼କୁ ଚାହିଁ ଲଢ଼ୁଆ ଜେଟ୍‌ ବିମାନ ଉପରକୁ ଉଠି ତଳେ ପଡ଼ିଯିବାର ସଙ୍କେତ କରିଥିଲେ। ପରେ ରୌଫ୍ ଆଙ୍ଗୁଠି ଦେଖାଇ ୬ ଓ ୦ ଦେଖାଇଥିଲେ। ପାକିସ୍ତାନ ଦାବି କରିଥିଲା ଯେ ଏହାର ସେନା ଭାରତର ୬ଟି ଜେଟ୍‌ ବିମାନକୁ ଖସାଇ ଦେଇଛି। ଏହା ବିଷୟରେ ସାହିନ୍ ଆଫ୍ରିଦି କହିଛନ୍ତି, ସମସ୍ତଙ୍କର ନିଜ ମତ ବ୍ୟକ୍ତ କରିବାର ଅଧିକାର ଅଛି। ସେମାନେ ଯାହା ଭାବୁଛନ୍ତି; ତାହା କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ୩ଟି ୱିକେଟ୍‌ ନେଇ ପାକିସ୍ତାନକୁ ଜିତାଇବା ପରେ ଫାଇନାଲ ଖେଳିବା କଥା ଆଫ୍ରିଦି କହିଛନ୍ତି। ୧୩ ବର୍ଷ ପରେ ଏସିଆ କପ୍‌ ଜିତିବା ପାକିସ୍ତାନ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ଆଫ୍ରିଦି ସ୍ପଷ୍ଟ କରିଛନ୍ତି। ନିକଟରେ ଦଳ ଭଲ ଖେଳିନଥି​‌ଲେ ମଧ୍ୟ ଭାରତକୁ ପରାସ୍ତ କରିବାକୁ ଏହା ସମର୍ଥ ବୋଲି ଆଫ୍ରିଦି କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories