www.samajalive.in
Sunday, December 7, 2025
26.1 C
Bhubaneswar

ଏସିଆ କପ୍‍: ଫାଇନାଲରେ ଭାରତ

ଦୁବାଇ: ପ୍ରଥମ ଦଳ ଭାବେ ଏସିଆ କପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ବୁଧବାର ସୁପର-୪ ମ୍ୟାଚ୍‌ରେ ବାଂଲାଦେଶକୁ ୪୧ ରନ୍‌ରେ ହରାଇ ଭାରତ କ୍ରମାଗତ ୨ୟ ବିଜୟ ହାସଲକରି ଟ୍ରଫି ପାଇଁ ଲଢ଼ିବାକୁ ଯୋଗ୍ୟତା ଅର୍ଜନ କରିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୭୫ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୬ ୱିକେଟ୍‌ରେ ୧୬୮ ରନ୍‌ କରିଥିଲା। ପରେ ସୈଫ୍‌ ହାସନ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ହେଁ କୁଲଦୀପ ଯାଦବ ୩ଟି ୱିକେଟ୍‌ ନେବାରୁ ବାଂଲାଦେଶ ୩ଟି ବଲ୍‌ ବାକିଥାଇ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ୟ ତଥା ଅନ୍ତିମ ସୁପର-୪ ମ୍ୟାଚ୍‌ ଖେଳିବ। ଗୁରୁବାର ହେବାକୁ ଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚ୍‌ର ବିଜେତା ଭାରତ ବିପକ୍ଷରେ ରବିବାର ଫାଇନାଲ ଖେଳିବ। ଭାରତର ବିଜୟ ସହ ଶ୍ରୀଲଙ୍କା ବିଦାୟ ନେଇଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଅଦ୍ୟାବଧି ଅପରାଜିତ ରହିଛି।

୧୬୯ ରନ୍‌ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ବାଂଲାଦେଶ ୨ୟ ଓଭରରେ ତାଞ୍ଜିଦ୍‌ ହାସନ୍‌ (୧)ଙ୍କ ୱିକେଟ୍‌ ହରାଇଥିଲା। ୨ୟ ୱିକେଟ୍‌ ପାଇଁ ସୈଫ୍ ହାସନ୍ ଓ ପରଭେଜ୍‌ ହୋସେନ୍ ଇମନ୍‌ ୪୨ ରନ୍‌ ଯୋଡ଼ିଥିଲେ। ଇମନ୍ ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଗୋଟିଏ ପଟେ ସୈଫ୍‌ ହାସନ୍ ଲଢ଼ି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଅନ୍ୟପଟୁ କେହି ଦୁଇଅଙ୍କ ସ୍କୋର୍‌ କରି ପାରିନଥିଲେ। କୁଲଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍‌ ପାଇଥିଲେ। ଅଭିଷେକ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ।

- Advertisement -

ଟସ୍ ଜିତି ବାଂଲାଦେଶ ଫିଲ୍‌ଡିଂ ନେବା ପରେ ଭାରତୀୟ ଇନିଂସରେ ଦୁଇଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ଅଭିଷେକ ଶର୍ମା କ୍ରିଜ୍‌ରେ ଥିବା ବେଳେ ଭାରତର ସ୍କୋର୍‌ ବୋର୍ଡ ଏକ୍ସପ୍ରେସ୍ ଗତିରେ ଆଗକୁ ବଢ଼ିଥିଲା। ଭାରତ ପ୍ରଥମ ୧୧ ଓଭରରେ ୧୧୨ ରନ୍‌ କରିଥିଲା। ଅଭିଷେକ ଆଉଟ୍‌ ହେବା ପରେ ପରବର୍ତ୍ତୀ ୯ ଓଭରରୁ ମାତ୍ର ୫୬ ରନ୍‌ ହୋଇଥିଲା। ଦୁଇ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ ଆକ୍ରମଣ କରି ୬ ଓଭରର ପାୱରପ୍ଲେରେ ୭୨ ରନ୍‌ କରିଥିଲେ। ୭ମ ଓଭରରେ ଆଉଟ୍‌ ହୋଇଥିବା ଗିଲ୍‌ ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍‌ କରିଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଶିବମ୍ ଦୁବେ ୨ ରନ୍‌ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ଆଉଟ୍‌ ହୋଇଥିବା ଅଭିଷେକ ଶର୍ମା ୩୭ ବଲ୍‌ରୁ ୫ଟି ଛକା ଓ ୬ଟି ଚୌକା ସହ ୭୫ ରନ୍‌ କରିଥିଲେ। ଗତ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୩୯ ବଲ୍‌ରୁ ୭୪ ରନ୍‌ କରିଥିବା ଅଭିଷେକ କ୍ରମାଗତ ୨ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଅଭିଷେକଙ୍କ ୪ର୍ଥ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରୟାସ ଯୋଗୁଁ ଭାରତ ୧୬୮ ରନ୍‌ରେ ପହଞ୍ଚି ପାରିଥିଲା। ହାର୍ଦିକ ୨୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୯ ରନ୍‌ କରିଥିଲେ। ତିଳକ ବର୍ମା ୫ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୧୫ ବଲ୍‌ରୁ ୧୦ ରନ୍‌କରି ଅପରାଜିତ ଥିଲେ। ରିସାଦ୍ ହୋସେନ୍ ୨ଟି ୱିକେଟ୍‌ ନେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories