www.samajalive.in
Saturday, December 6, 2025
16.1 C
Bhubaneswar

ନିଶା ବିରୋଧି ଅଭିଯାନରେ ପୁଲିସର ଚଢ଼ଉ

ସମ୍ବଲପୁର:  ସମ୍ବଲପୁରର ସୁନାପାଲି ଅଞ୍ଚଳରେ ଗତ ରବିବାର ଦିନ ମହିଳାମାନେ ବେଆଇନ ନିଶା କାରବାରକୁ ବିରୋଧ କରି ତୀବ୍ର ବିରୋଧ ପ୍ରଦର୍ଶନ ସହିତ ରାସ୍ତାରୋକ କରିଥିଲେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ସଦର ଏସଡିପିଓ ତୁଫାନ ବାଗ, ଥାନା ଅଧିକାରୀ ଆଦିତ୍ୟ ମହାକୁର ଙ୍କ ସମେତ ଏକ ପୁଲିସ ଦଳ ସୁନାପାଲି ଅଞ୍ଚଳରେ ବେଆଇନ ବ୍ରାଉନସୁଗାର ସମେତ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ଧରିବା ଲକ୍ଷ୍ୟ ନେଇ ବ୍ୟାପକ ଖାନତଲାସି କରିଥିଲେ । ଏହି ସମୟରେ ସ୍ଥାନୀୟ ମହିଳା ମାନେ ଏହି ଚଢ଼ଉରେ ସହଯୋଗ କରିଥିଲେ ।
 ସ୍ଥାନୀୟ ନିବାସୀଙ୍କ ଅନୁଯାୟୀ, ସୁନାପାଲି, ଭୂତାପଡା, ମୋତିଝରନ ଆଦି ଅଞ୍ଚଳରେ ବେଆଇନ ଭାବରେ ବ୍ରାଉନସୁଗାର, ଗଞ୍ଜେଇ, ମଦ ସମେତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ବିକ୍ରି ହେଉଥିବାରୁ ପ୍ରଶାସନ ଓ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା । ଏହି ବେଆଇନ ନିଶା କାରବାର ପାଇଁ ଯୁବ ପିଢ଼ି ମାନେ ପଥଭ୍ରଷ୍ଟ ହେବା ସହିତ ଘର ଗୁଡିକ ଭାଙ୍ଗି ଗଲାଣି ।
ଏଥିପାଇଁ ଅନେକ ସମୟରେ ହତ୍ୟା, ମାଡପିଟ ଆଦି ବିଭିନ୍ନ ପ୍ରକାରର ଅପରାଧିକ ଘଟଣା ଗୁଡିକ ଘଟୁଛି । ଏଣୁ ମହିଳା ମାନେ ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡି ସମ୍ମୁଖକୁ ଆସିଛନ୍ତି । ଏ ସମ୍ପର୍କରେ ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ କହିଛନ୍ତି ଯେ, ଅପରେସନ ପ୍ରହାର ସମୟରେ ଏହି ଅଞ୍ଚଳରେ ବ୍ୟାପକ ଚଢ଼ଉ କରାଯାଇଥିଲା । ୬ଟି ମାମଲା ରୁଜୁ କରାଯାଇ ସମୁଦାୟ ୧୫୧ ଗ୍ରାମ ବ୍ରାଉନସୁଗାର ଜବତ କରି ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଯାଇଛି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories