www.samajalive.in
Sunday, December 7, 2025
26.1 C
Bhubaneswar

ମୁକ୍ତିଲାଭ କଲା ‘ସୋନଚିଡ଼ିଆ’

ମୁମ୍ବଇ : ଅଭିଷେକ ଚୌବେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚମ୍ବଲ ଡାକୁଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୋନଚିଡ଼ିଆ’ ଶୁକ୍ରବାର(୧ ମାର୍ଚ୍ଚ) ମୁକ୍ତିଲାଭ କରିଛି। ଏଥିରେ ସୁଶାନ୍ତ ସିଂହ ରାଜପୁତ, ଭୂମି ପେଡନେକର, ମନୋଜ ବାଜପେୟୀ, ଆଶୁତୋଷ ରାଣା, ରଣବୀର ଶୌରୀ ପ୍ରମୁଖ କାଳକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲର ରିଲିଜ୍‍ ହେବା ପରଠାରୁ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜାରି ରହିଛି। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି।

ଉଲ୍ଲେଖଯୋଗ୍ୟ, ବକ୍ସ ଅଫିସରେ ‘ସୋନଚିଡ଼ିଆ’ କୁ ଟକ୍କର ଦେଉଛି ‘ଲୁକା ଛୁପି’। ଦୁଇଟି ଯାକ ଚଳଚ୍ଚିତ୍ରକୁ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳୁଛି। ମାତ୍ର ପରଦା ବିତରଣ ଓ ପ୍ରଥମ ଦିନ ଆୟର ପୂର୍ବାନୁମାନ ଭିତ୍ତିରେ ‘ଲୁକାଛୁପି’ ଆଗରେ ରହିଛି। ତେବେ କେଉଁ ଚଳଚ୍ଚିତ୍ର ବକ୍ସ ଅଫିସରେ ନିଜ କମାଲ୍‍ ଦେଖାଉଛି ତାହା ଦେଖିବା ବାକି ରହିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories