www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଆ ଅଭିନେତ୍ରୀଙ୍କ ତେଲଗୁ ସିନେମା ” ବିଉଟି”

ଭୁବନେଶ୍ୱର :ଓଡ଼ିଆ ଝିଅ ନିଳାକ୍ଷୀ  ପାତ୍ର ନଜର ଆସିଛନ୍ତି ତେଲୁଗୁ ଫିଲ୍ମ  ‘ବିଉଟି’ରେ । ରାୟଗଡ଼ାରେ ଜନ୍ମିତ ନିଳାକ୍ଷୀ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଲାଗି ଏବେ ଅନେକ  ଦର୍ଶକୀୟ ପ୍ରଶଂସା ସାଉଁଣ୍ଟୁଛନ୍ତି ।ଜେଏସ୍‌ଏସ୍‌  ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏ ରୋମାଣ୍ଟିକ ଡ୍ରାମାଟି ସେପ୍ଟେମ୍ବର ୧୯ରେ ରିଲିଜ୍‌ ହୋଇଥିଲା ।  ସେଥିରେ ନିଳାକ୍ଷୀଙ୍କ ସହ ଯୋଡ଼ି ବାନ୍ଧିଛନ୍ତି  ଅଙ୍କିତ କୋୟା । ଭିକେ ନରେଶ, ବାସୁକୀ ଆନନ୍ଦ  ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଫିଲ୍ମର  କାହାଣୀ କଲେଜ ଛାତ୍ରୀ ଅଲେଖ୍ୟା ଓ  ପୋଷାକୁକୁରଙ୍କ ପ୍ରଶିକ୍ଷକ ଅର୍ଜ୍ଜୁନଙ୍କର  ପ୍ରେମ ଉପରେ ଆଧାରିତ । ଅଲେଖ୍ୟା ଘରୁ ନିଖୋଜ ହୋଇଯିବା ପରେ ପରିବାର ଲୋକେ  ଅତି ଆକଳୁତାର ସହ ତାଙ୍କ ସନ୍ଧାନରେ  ଲାଗିଯାନ୍ତି । ପିତା ନାରାୟଣଙ୍କର  ଦୁନିଆ ଯେପରି ଓଲଟପାଲଟ ହୋଇଯାଏ । ଏହା  ଏକ ପ୍ରେମକାହାଣୀ ହୋଇଥିଲେ ମଧ୍ୟ ଏଥିରେ  ପିତାପୁତ୍ରୀଙ୍କ ସଂପର୍କକୁ ଖୁବ୍‌ ଅଧିକ ଗୁରୁତ୍ୱ ଦିଆଯାଇଛି ଯାହାକି  ଦର୍ଶକଙ୍କୁ ବାନ୍ଧି ରଖିବାରେ  ସଫଳ ହୋଇଛି ବୋଲି  ସମୀକ୍ଷକଙ୍କ ମତ ।

ସୂଚନା ଥାଉକି,  ପୂର୍ବରୁ ନିଳାକ୍ଷୀ  କିଛି ପ୍ରସିଦ୍ଧ ଓଡ଼ିଆ  ମ୍ୟୁଜିକ ଭିଡିଓ,  ଧାରାବାହିକରେ  କାମ କରିସାରିଛନ୍ତି ।  ଏକ ଓଡ଼ିଆ  ଫିଲ୍ମରେ ମଧ୍ୟ  ତାଙ୍କୁ ଦେଖିବାକୁ  ମିଳିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories