www.samajalive.in
Friday, December 5, 2025
23.1 C
Bhubaneswar

ସ୍କୁଲ ଅନୁଦାନ ଅର୍ଥରେ ଅନଲାଇନ ଜୁଆ ଖେଳି ପୂର୍ବତନ ଅଧ୍ୟକ୍ଷ ଗିରଫ

ସମାଜ ଡିଜିଟାଲ ଡେସ୍କ: ସ୍କୁଲକୁ ଆସିଥିବା ଅନୁଦାନ ଅର୍ଥରେ ଅନଲାଇନ ଜୁଆ ଖେଳି ଗିରଫ ହୋଇଛନ୍ତି ପୂର୍ବତନ ଅଧ୍ୟକ୍ଷ। ସୁବର୍ଣ୍ଣପୁର ଜିଲା ବିନିକା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୌମ୍ୟରଞ୍ଜନ କ୍ଷେତିଙ୍କୁ ସୋମବାର ଗିରଫ କରିଛି ଭିଜିଲାନ୍ସ। ବିଭିନ୍ନ କାର୍ଯ୍ୟ ପାଇଁ ସ୍କୁଲକୁ ଆସିଥିବା ପ୍ରାୟ ୫୫ ଲକ୍ଷ ଟଙ୍କାକୁ କ୍ଷେତି ଆତ୍ମସାତ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ କରି ତାଙ୍କୁ ଗିରଫ କରାଯାଇଛି।

୨୦୨୧ ସେପ୍ଟେମ୍ବର ୨୯ରେ କ୍ଷେତିଙ୍କୁ ବିନିକା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୧ରୁ ୨୦୨୫ ମଧ୍ୟରେ ସ୍କୁଲର ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ ଏବଂ ଛାତ୍ରୀନିବାସ ପାଣ୍ଠିକୁ ୫୫ ଲକ୍ଷ ୨୬୧୦ ଟଙ୍କା ଆସିଥିଲା। କିନ୍ତୁ ସେ ଏସବୁ ଅର୍ଥକୁ ହରିଲୁଟ କରିନେଇଛନ୍ତି। ତନ୍ମଧ୍ୟରୁ ପ୍ରାୟ ୧୧ ଲକ୍ଷ ଟଙ୍କା ସେ ତୀନ ପତି ଅନଲାଇନ ବେଟିଂ ଆପରେ ବିନିଯୋଗ କରିଥିବା ଜଣାପଡ଼ିଛି। ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା (୧୯/୨୦୨୫) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

Hot this week

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

Related Articles

Popular Categories