www.samajalive.in
Saturday, December 6, 2025
14.1 C
Bhubaneswar

ନିଜେ ନିଜକୁ ଜାଳିଥିଲେ ବଳଙ୍ଗା ପୀଡିତା

ସମାଜ ଡିଜିଟାଲ ଡେସ୍କ: ନିଜ ଦେହରେ ନିଜେ ନିଆଁ ଲଗାଇଥିଲେ ବଳଙ୍ଗା ପୀଡିତା । ଫଳରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପୀଡିତାଙ୍କ ମୃତ୍ୟୁକାଳୀନ ଜମବାନବନ୍ଦୀ ଲିପିବଦ୍ଧ କରିଥିଲେ । ପୀଡିତା କହିଥିଲେ ଯେ ସେ ନିଜେ ନିଜ ଉପରେ କିରୋସିନ୍‍ ଢାଳି ନିଆଁ ଲଗାଇ ଦେଇଥିଲେ । ଆଜି ବିଧାନସଭାରୁ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ବିଧାନସଭାରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି । ବିଧାୟକ ଅନନ୍ତ ନାରାୟଣ ଜେନା ପଚାରିଥିଲେ ଯେ ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ଜଣ ଦୁର୍ବୃତ୍ତ ସମ୍ପୃକ୍ତି ଥିବା ପୀଡିତା ବୟାନ ଦେଇଥିଲେ କି, ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣୀ ପୁଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା ।
ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖି କହିଛନ୍ତି ଜୁଲାଇ ୧୯ତାରିଖରେ ବଳଙ୍ଗା ଥାନାରେ ପୀଡିତାଙ୍କ ମାଆ ଅଭିଯୋଗ କରିଥିଲେ ଯେ କିଛି ଅଜଣା ଲୋକ ତାଙ୍କ ଝିଅକୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଏବଂ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ପରେ ପରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା । ଏମ୍ସରେ ୧୪ଦିନ ଚିକିତ୍ସିତ ହେବା ପରେ ପୀଡିତା ଆଖି ବୁଜିଥିଲେ । ତେବେ ଆଖି ବୁଜିବା ପୂର୍ବରୁ ଜମାନବନ୍ଦୀ ଳିପିବଦ୍ଧ କରାଯାଇଥିଲା । ଯେଉଁଥିରେ ସେ ନିଜେ କିରୋସିନ ଢାଳି ନିଆଁ ଲଗାଇଥିବା କହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories