www.samajalive.in
Saturday, December 6, 2025
14.1 C
Bhubaneswar

ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ଦାବି

ସମ୍ବଲପୁର: ଶନିବାର ଓଡିଶା ସାଂସ୍କୃତିକ ସମାଜର ସପ୍ତଦଶ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ପରେଶ ଦାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଭାପତି ଡ଼. ଦାନୀ କହିଥିଲେ ଯେ, ଓଡିଶା ସାଂସ୍କୃତିକ ସମାଜ ଏ ଅଞ୍ଚଳର କଳା, ସଂସ୍କୃତି ଓ ସମ୍ବଲପୁରୀ ଭାଷା ପାଇଁ ସଦା ସର୍ବଦା ଜାଗ୍ରତ ପ୍ରହରୀ ଭଳି ରହିଛି। ଉପସ୍ଥିତ ସମସ୍ତ ସଭ୍ୟ ଓଡିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ବିଧାନସଭାରେ ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ପାଇଁ କୌଣସି ଯୋଜନା ନାହିଁ କହିଥିବା ବକ୍ତବ୍ୟକୁ ନିନ୍ଦା କରିଥିଲେ। ରାଜ୍ୟ ସରକାର ଅବିଳମ୍ବେ ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି।

ଆଲୋଚନାରେ ବୟୋଜ୍ୟେଷ୍ଠ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର, ଅଶୋକ କୁମାର ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, କୈଳାଶ ମିସ୍ତ୍ରୀ, ହୃଷୀକେଶ ପୂଜାରୀ, ଡ. ସନ୍ତୋଷ ଦାଶ, ପ୍ରଶାନ୍ତ ପାଟଯୋଷୀ, ଯୋଗେଶ ହୋତା, ବୋଧରାମ ଦାଶ, ସିଦ୍ଧାର୍ଥ ପଣ୍ଡା, ଦିଲୀପ କୁମାର ବଘାର, ତଫିଜୁଲ ହୁସେନ, ଦେବେନ୍ଦ୍ର ପଟେଲ ସମେତ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ସମ୍ପାଦକ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ନୂଆଖାଇ ଭେଟଘାଟରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ଓ ଆଗାମୀ ମାସର କାର୍ଯ୍ୟକ୍ରମ ଗାନ୍ଧୀ ଜୟନ୍ତୀ, ପ୍ରତିଷ୍ଠା ଦିବସ ଇତ୍ୟାଦି ଉପରେ ସୂଚନା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories