ସମାଜ ଡିଜିଟାଲ ଡେସ୍କ: କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ ଆରମ୍ଭ ହେବ। ଶନିବାର ଅନୁଷ୍ଠିତ ଛତିଶା ନିଯୋଗ, ନୀତି ସବକମିଟି ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କାର୍ତ୍ତିକ ମାସ ନୀତି ବହୁଳ ରହୁଥିବାରୁ ଏହି ମାସ ପରେ ପରୀକ୍ଷାମୂଳକ ଭାବେ ଦର୍ଶନ ହେବ। ଜିଲାପାଳଙ୍କ ନେତୃତ୍ଵରେ ସବକମିଟି ଏ ନେଇ ଆଲୋଚନା କରିଛି। କାର୍ତ୍ତିକ ମାସରେ ଭୋର ୪ଟାରୁ ଦ୍ଵାରଫିଟା ନୀତି ହେବ। ପ୍ରତି ବୁଧବାର ନୀତି ଶୃଙ୍ଖଳା ପାଇଁ ସମନ୍ବୟ କମିଟି ବୈଠକ ହେବ ବୋଲି କୁହାଯାଇଛି।
Popular Categories



