www.samajalive.in
Saturday, December 13, 2025
26.1 C
Bhubaneswar

ଗାଡ଼ି ଯାଞ୍ଚ ସମୟରେ ଅଫିସରଙ୍କୁ ମାଡ଼, ନୋଟିସ କରି ଅଭିଯୁକ୍ତଙ୍କୁ ଛାଡ଼ିଦେଲା ପୁଲିସ

କଳାବାଡିଆ: ଚେକିଂ ସମୟରେ ଅଫିସରଙ୍କୁ ମାଡ଼। ଲୁହା ରଡରେ ପିଟି ଲହୁଲୁହାଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଆହତ ହୋଇଛନ୍ତି ବାଲେଶ୍ୱର ଇଷ୍ଟର୍ନ ଜୋନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ଟ୍ରାଫିକ ଯୁଧିଷ୍ଠିର ନାଏକ। କୁଳିଅଣା ଥାନା ଶୁଖୁଆପଡ଼ା ଟୋଲ ପ୍ଲାଜା ନିକଟରେ ଶନିବାର ଏହି ଘଟଣା ଘଟିଥିବାବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ନୋଟିସ ଜାରି କରି ଛାଡ଼ି ଦେଇଛି।

ସନ୍ଧ୍ୟା ସମୟରେ ଏମଭିଆଇ ସ୍ପେଶାଲ ଡ୍ରାଇଭ ଚେକିଙ୍ଗ ସମୟରେ ଟ୍ରାଫିକ ସୁପରିଣ୍ଟେଣ୍ଡେଣ୍ଟ ଗାଡ଼ି ଅଟକାଇ ଯାଞ୍ଚ କରୁଥିଲେ। ଗାଡିର କାଗଜପତ୍ର ଯାଞ୍ଚ ପରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଟେଷ୍ଟ କରିବାକୁ ଅଧିକାରୀ ଜଣକ ଗାଡ଼ି ଚାଳକଙ୍କୁ ଯନ୍ତ୍ରରେ ଫୁଙ୍କିବାକୁ କହିବାରୁ ବଚସା ହୋଇଥିଲା। ଏହାକୁ ନେଇ ଗାଡ଼ିରେ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଯୁବକ ହଠାତ ନିକଟରେ ଥିବା ପଲ୍ୟୁସନ୍ ଟେଷ୍ଟିଂ ଗାଡ଼ିରୁ ହାଇଡ୍ରାଲିକ ଲୁହା ପାଇପ ଆଣି ଯୁଧିଷ୍ଠିରଙ୍କୁ ପିଟିଥିଲେ। ତାଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ଅଭିଯୁକ୍ତ ଜଣକ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରବର୍ତ୍ତୀ ସମୟରେ ଗାଡ଼ିରେ ଥିବା ୪ ଜଣଙ୍କୁ ପୁଲିସ ନୋଟିସ ଜାରି କରି ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତମାନେ ଆସିଥିବା କାରକୁ ଏକ ଯାତ୍ରାପାର୍ଟିର ଅଭିନେତା ଚଳାଉଥିଲେ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories