www.samajalive.in
Saturday, December 6, 2025
15.1 C
Bhubaneswar

ଶନିବାର ସକାଳ ୧୦ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ଵର : ଗୁରୁବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ଦ୍ବିତୀୟ ଦିନ ମଧ୍ୟ ଚର୍ଚ୍ଚାରେ ରହିଛି ।  ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ଆସି ବିରୋଧୀ ବିଜେଡି ଦଳର ବିଧାୟକମାନେ ହୋହାଲ୍ଲା କରିଥିଲେ । ରାଜ୍ୟରେ ଚାଷ ଉପଯୋଗୀ ସମୟରେ ଚାଷୀମାନେ ସାର ପାଉନଥିବା ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଥିଲେ। ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଥିବାରୁ ବିଜେଡି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲା । ପ୍ରଶ୍ନକାଳ ମାତ୍ର ୪ମିନିଟ ଚାଲିବା ପରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପୁଣିଥରେ ଯେତେବେଳେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେତେବେଳେ ମାତ୍ର ୫ ମିନିଟ୍ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଶନିବାର ୧୦ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories