www.samajalive.in
Friday, December 5, 2025
26.1 C
Bhubaneswar

ଜଙ୍ଗଲରେ ଦୁଇ ପୁଅକୁ ବିଷ ପିଆଇଲା ବାପା

ଅନୁଗୋଳ : ଅନୁଗୋଳ ଜରପଡା ଥାନା ତୁବେ ଗାଁରେ ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଇଛି ବାପା। ଗୁରୁତର ଅବସ୍ଥାରେ ଦୁଇ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁ ର କାଳୀ ଚରଣ ପ୍ରଧାନଙ୍କର ଦୁଇ ପୁଅ ବଡ ପୁଅ ନୀଳ ମାଧବ ପ୍ରଧାନ ଏବଂ ସାନ ଜିଜ୍ଞାସୁ ପ୍ରଧାନ। ଶୁକ୍ରବାର ଅପରାହ୍ନ ସମୟରେ କାଳିଚରଣ ଦୁଇ ପୁଅଙ୍କୁ ସ୍କୁଲରୁ ନେଇ ଘରକୁ ଫେରୁଥିବାବେଳେ ବନ୍ତଳା ଥାନା ଅଞ୍ଚଳର ନୂଆକ୍ଷେତା ଜଙ୍ଗଲରେ ବିଷ ପିଆଇଦେଇଥିଲେ । ଗ୍ରାମବାସୀମାନେ ଏହା ଦେଖି ଦୁଇ ନାବାଳକଙ୍କୁ ଉଦ୍ଧାର କରି  ପ୍ରଥମେ ବନ୍ତଳା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories