www.samajalive.in
Wednesday, November 12, 2025
27.1 C
Bhubaneswar

ସାମଗ୍ରୀର ଦାମ୍ ପରିବର୍ତ୍ତନ ପରେ ଖବରକାଗଜରେ ଘୋଷଣା କରିବାକୁ ପଡ଼ିବନି, କମ୍ପାନୀ ଏବଂ ଉପଭୋକ୍ତାଙ୍କୁ ହେବ ଫାଇଦା

ନୂଆଦିଲ୍ଲୀ, ୧୮ା୯: ଉଦ୍ୟୋଗ ଜଗତ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ସରକାର। ୨୨ ସେପ୍ଟେମ୍ବରରେ ନୂଆ ଜିଏସଟି ଦର ଲାଗୁ ହେବା ପରେ କମ୍ପାନୀ ଏବଂ ଗ୍ରାହକଙ୍କୁ ଏହାର ସିଧା ଫାଇଦା ମିଳିବ। ଏଣିକି କମ୍ପାନୀମାନଙ୍କୁ ନୂଆ ଏମଆରପି ଜାରି କରିବା ନିମନ୍ତେ ଖବରକାଗଜରେ ପବ୍ଲିକ୍ ନୋଟିସ୍ ଦେବାକୁ ପଡିବନାହିଁ। ଯେଉଁ ପ୍ୟାକେଟ୍ ପୂର୍ବରୁ ପ୍ରସ୍ତୁତ ହୋଇଛି ସେଗୁଡିକ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ଅର୍ଥାତ୍ ପୁରୁଣା ପ୍ୟାକେଟ୍ ଉପରେ କେବଳ ନୂଆ ଦାମର ଠିକ୍ ଷ୍ଟିକର ଲଗାଇ ମଧ୍ୟ କମ୍ପାନୀମାନେ ଏହାକୁ ବିକ୍ରି କରିପାରିବେ।

ନୂଆ ନିୟମ
ଖବରକାଗଜରେ ନୋଟିସ୍ ଦେବା ବାଧ୍ୟତାମୂଳକ ନୁହେଁ
ପୁରୁଣା ପ୍ୟାକେଟକୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବ୍ୟବହାର କରିହେବ
ନୂଆ ଦାମକୁ ଷ୍ଟିକର, ଷ୍ଟାମ୍ପ ବା ଅନଲାଇନ୍ ପ୍ରିଣ୍ଟରେ ଦେଖାଇବାକୁ ହେବ
ନୂଆ ଦାମ କେବଳ ଡିଲର୍ ବା ରିଟେଲରଙ୍କୁ ଜାରି କରିବାକୁ ହେବ

- Advertisement -

କାହିଁକି ନିଆଗଲା ଏଭଳି ନିଷ୍ପତ୍ତି ?
ପୁରୁଣା ପ୍ୟାକେଟକୁ ସହଜରେ ବିକ୍ରି କରିହେବ
ଜିଏସଟି ହ୍ରାସର ଲାଭ ଗ୍ରାହକଙ୍କ ପର୍ଯ୍ୟନ୍ତ ସିଧା ପହଞ୍ଚିପାରିବ
କମ୍ପାନୀମାନଙ୍କ ଖର୍ଚ୍ଚ ହ୍ରାସ ପାଇବ
ନୂଆ ଦାମ୍ ପ୍ୟାକେଟ ଉପରେ ନଜର ଆସିବ
ପୁରୁଣା ପ୍ୟାକେଟ ନଷ୍ଟ ହେବନି
କମ୍ପାନୀଙ୍କୁ କ୍ଷତି ସହିବାରୁ ରକ୍ଷା କରିବ

କମ୍ପାନୀମାନେ ଗ୍ରାହକଙ୍କ ପର୍ଯ୍ୟନ୍ତ ସୂଚନା ପହଞ୍ଚାଇବା ପାଇଁ ବୈଦ୍ୟୁତିକ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିପାରିବେ। ଯଦି କୌଣସି ବିସ୍କୁଟ ପ୍ୟାକେଟରେ ପୂର୍ବରୁ ଏମଆରପି ୨୦ ଲିଖିତ ରହିଛି ଏବଂ ଜିଏସଟି ହ୍ରାସ ପରେ କମ୍ପାନୀ ଏହାକୁ ୧୮ ଟଙ୍କା କରିଦେଇଛି ତେବେ ପୂର୍ବରୁ ଖବରକାଗଜରେ ଏହାକୁ ଘୋଷଣା କରିବାକୁ ପଡୁଥିଲା। ଏବେ କିନ୍ତୁ ପ୍ୟାକେଟରେ ୧୮ ଟଙ୍କାର ନୂଆ ଷ୍ଟିକର ଲଗାଇବାକୁ ହେବ ଏବଂ ଡିଲର-ରିଟେଲରଙ୍କୁ ନୂଆ ତାଲିକା ପଠାଇବାକୁ ହେବ। ଉଭୟ କମ୍ପାନୀ ଏବଂ ଉପଭୋକ୍ତାଙ୍କୁ ଫାଇଦା ଦେବା ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ। ଗ୍ରାହକଙ୍କୁ କମ୍ ଦାମରେ ସାମଗ୍ରୀ ମିଳିବା ସହିତ କମ୍ପାନୀର ଖର୍ଚ୍ଚ ଓ ସମୟ ମଧ୍ୟ ବଞ୍ଚିବ।

Hot this week

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

Related Articles

Popular Categories