www.samajalive.in
Saturday, December 6, 2025
26.1 C
Bhubaneswar

ଶବରୀମାଳା ମନ୍ଦିରରୁ ୪ କିଲୋ ସୁନା ଗାଏବ, ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ

କେରଳ, ୧୯/୯: କେରଳ ହାଇକୋର୍ଟ ଶବରୀମାଳା ମନ୍ଦିର ଦ୍ବାରପାଳ ମୂର୍ତ୍ତିରେ ସୁନା ଜଡ଼ିତ ତମ୍ବା ପ୍ଲେଟର ଓଜନ ହ୍ରାସ ମାମଲାର ଯାଞ୍ଚ ଆଦେଶ ଦେଇଛନ୍ତି। ୨୦୧୯ରେ ଏହି ପ୍ଲେଟ ୨ ଥର ଓଜନ ହେବା ସମୟରେ ମାସକ ମଧ୍ୟରେ ୪.୫ କିଲୋଗ୍ରାମର ଫରକ ନଜର ଆସିଥିଲା। ଶୁଣାଣି କରି ମନ୍ଦିରର ପବିତ୍ରତା ଓ ସର୍ବସାଧାରଣଙ୍କ ବିଶ୍ବାସ ସହିତ ଖେଳାଯାଇଛି ବୋଲି ହାଇକୋର୍ଟ କହିଛନ୍ତି। ବିଚାରପତି ରାଜା ବିଜୟରାଘବନ ଭି ଏବଂ ଜଷ୍ଟିସ୍ କେଭି ଜୟକୁମାରଙ୍କ ଖଣ୍ଡପୀଠ ଏହାକୁ ଗୁରୁତ୍ବର ସହ ନେଇ ୩ ସପ୍ତାହ ମଧ୍ୟରେ ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ େଦଇଛନ୍ତି।

ଶବରୀମାଳା ବିଶେଷ ଆୟୁକ୍ତଙ୍କ ଏକ ରିପୋର୍ଟ ହାଇକୋର୍ଟଙ୍କ ସାମ୍ନାକୁ ଆସିଛି। ଏଥିରେ ଉଲ୍ଲେଖ ରହିଛି କି ତ୍ରାବଣକୋର ଦେବସ୍ବୋମ ବୋର୍ଡ(ଟିଡିବି) ଏହି ପ୍ଲେଟଗୁଡିକୁ ମରାମତି ପାଇଁ ଚେନ୍ନଇର ଏକ କମ୍ପାନୀ ‘ସ୍ମାର୍ଟ କ୍ରିଏସନ’କୁ ପ୍ରଦାନ କରିଥିଲା। ଗତ ସପ୍ତାହରେ ମୁଖ୍ୟ ସତର୍କତା ଓ ସୁରକ୍ଷା ଅଧିକାରୀ ହାଇକୋର୍ଟଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଅନୁସାରେ ୧୯ ଜୁଲାଇ ୨୦୧୯ରେ ଜଣେ ଭକ୍ତ ଉନ୍ନିକୃଷ୍ଣନ ପୋଟିଙ୍କୁ ମୂର୍ତ୍ତିର ନୂଆ ସୁନା ଆବରଣର କାମ କରିବାକୁ ଅନୁମତି ଦିଆଯାଇଥିଲା। ରେକର୍ଡ ଅନୁସାରେ ୨୫.୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନା ଜଡିତ ୧୨ଟି ତମ୍ବା ପ୍ଲେଟ୍ ତାଙ୍କୁ ପ୍ରଦାନ କରାଯାଇଥିଲା। ତା’ ପରଦିନ ୨୦ ଜୁଲାଇରେ ୧୭.୪ କିଲୋଗ୍ରାମ ଓଜନର ୨ଟି ବସ୍ତୁ ତାଙ୍କୁ ପ୍ରଦାନ କରାଯାଇଥିଲା।

- Advertisement -

ଖଣ୍ଡପୀଠଙ୍କ କହିବାନୁସାରେ ସମସ୍ତ ବସ୍ତୁର ସମୁଦାୟ ଓଜନ ୪୨.୮ କିଲୋଗ୍ରାମ ଥିଲା। କିନ୍ତୁ ୨୯ ଅଗଷ୍ଟ ୨୦୧୯ ରିପୋର୍ଟରେ ଏହା ୩୮.୨୫୮ କିଲୋଗ୍ରାମ ଉଲ୍ଲେଖ ରହିଛି। ଏଥିରେ ୪.୫୪୧ କିଲୋଗ୍ରାମର ଫରକ ଥିବାସତ୍ତ୍ବେ ଏହାର କାରଣ କେହି ବି ଜାଣିନାହାନ୍ତି। ଏହି ହ୍ରାସ କେବଳ ସୁନାରେ ହିଁ ଜାଣିଶୁଣି କରାଯାଇଛି। ମରାମତି ପରେ ଏଥିରେ ଓଜନ ହ୍ରାସ ହୋଇଥିବା ହାଇକୋର୍ଟ ଜାଣିବାକୁ ପାଇଛନ୍ତି। ହାଇକୋର୍ଟ ଏହାର ଯାଞ୍ଚ କରି ୩ ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories